spot_img

ସାତ ଦିନ ପରେ ବି ମିଳୁନି ଇଞ୍ଜିନିୟର ଛାତ୍ରର ଶବ,ଚେଇଁ ଉଠିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

କେନ୍ଦ୍ରାପଡ଼ା : ସାତ ଦିନ ପରେ ବି ମିଳୁନି ଇଞ୍ଜିନିୟର ଛାତ୍ରର ଶବ l  ଛାତ୍ର ଜଣକ ଯାଜପୁରର ଜରି ଗ୍ରାମର ସତ୍ୟଜୀତ ବାଇ । ଆଜିକୁ ସାତ ଦିନ ବିତି ଯାଇଥିଲେ ମଧ୍ୟ ଛାତ୍ରର କୌଣସି ଖୋଜଖବର ଏଯାଏଁ ମିଳିପାରି ନାହିଁ ।  ଛାତ୍ର ଜଣକ ସାଙ୍ଗ ମାନଙ୍କ ସହ ରାଜନଗର ପେଣ୍ଟବେଳାଭୁମିରେ ଗାଧୋଉଥିବା ବେଳେ  ଭାସି ଯାଇ ନିଖୋଜ ହୋଇ ଯାଇଥିଲେ । ଦିନକ ପରେ ଛାତ୍ରଙ୍କ ମୃତ ଦେହ ସେହି ଜାଗାରେ ମିଳିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲେ । ତେବେ ଗତ ୧୫ ତାରିଖ ରେ ସେହି ଜାଗାରେ ପୁଣି ଅଘଟଣ ଘଟିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଚେଇଁ ଉଠିଛି । ୧୪୪ ଧରା ଜାରି ହେବା ପରେ ପେଣ୍ଠ ବେଳାଭୂମିରେ ୧୨ ଜଣିଆ ଟିମ୍ ଗଠନ କରାଯାଇଛି । ନିଖୋଜ ଥିବା ସତ୍ୟଜିତ ବାଇଙ୍କ କୌଣସି ପତ୍ତା ମିଳିପାରି ନାହିଁ । ପୋଲିସ୍ ଓ ଫରେଷ୍ଟ ବିଭାଗ ପକ୍ଷରୁ ମିଳିତ ଭାବେ ଖୋଜାକାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular