spot_img

ଆଜି ରାଜ୍ୟରେ ୬୩୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ରାଜ୍ୟରେ ୬୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୩୭୩ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ  ୨୬୫ ଜଣ ସ୍ଥାନୀୟ  ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୩ହଜାର ୯୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୪୦ ଜଣ, ବାଲେଶ୍ୱରରୁ ୨୧ ଜଣ, ବରଗଡ଼ରୁ ୨୭, ଭଦ୍ରକ ଜିଲ୍ଲାରୁ ୭,ବଲାଙ୍ଗୀର ୨୩, ବୌଦ୍ଧ ୪, କଟକ ଜିଲ୍ଲାରୁ ୩୯ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୧୧ଜଣ,ଗଜପତିରୁ ୦, ଗଞ୍ଜାମରୁ ୮ଜଣ, ଜଗତସିଂହପୁରରୁ ୫୦ଜଣ, ଯାଜପୁରରୁ ୨୯ଜଣ, ଝାରସୁଗୁଡ଼ାରୁ ୨୩ଜଣ, କଳାହାଣ୍ଡିରୁ ୨୧ଜଣ, କନ୍ଧମାଳରୁ ୩ଜଣ, କେନ୍ଦ୍ରାପଡ଼ାରୁ ୩୩ଜଣ, କେନ୍ଦୁଝରରୁ ୩୧ଜଣ, ଖୋର୍ଦ୍ଧାରୁ ୭୦ଜଣ, କୋରାପୁଟରୁ ୯ଜଣ, ମାଲକାନଗିରିରୁ  ୪ଜଣ, ମୟୁରଭଞ୍ଜରୁ ୬୫ଜଣ, ନବରଙ୍ଗପୁରରୁ ୧୩ଜଣ, ନୟାଗଡ଼ରୁ ୫ଜଣ, ନୂଆପଡ଼ାରୁ ୪ଜଣ, ପୁରୀରୁ ୯ଜଣ, ରାୟଗଡ଼ା ୧, ସମ୍ବଲପୁରରୁ ୨୩ଜଣ, ସୋନପୁରରୁ ୧ଜଣ, ସୁନ୍ଦରଗଡ଼ରୁ ୪୬ଜଣ ରହିଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ହଜାର ୩୬୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୪ହଜାର ୯୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୫ଲକ୍ଷ ୬୩ହଜାର ୯୨୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular