ସଲମାନ ଖାନଙ୍କ କୋ -ଷ୍ଟାର ଏବଂ ବିଗବସ୍ର ରନର୍ସ ଅର୍ଫ ରହିଥବା ସାନା ଖାନ ବିବାହ ବନ୍ଧନରେ ଅବଦ୍ଧ ହୋଇଛନ୍ତି । ଇସଲାମ ଧର୍ମାବଲମ୍ବି ଅଭିନେତ୍ରୀ ସାନା ଖାନ ଗୁଜୁରାଟରେ ନିଜ ପରିବାର ଲୋକଙ୍କ ଉପସି୍ଥତିରେ ମୌଲାନା ମୁଫତି ଆନାସ୍ ଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ବିବାହ ଫୋଟକୁ ନେଇ ସୋସାଲ ମିଡ଼ିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହରେ ସାନା ଏକ ଧଳା ରଂଗର ଗାଉନ୍ ପିନ୍ଧିଛନ୍ତି । ସାନାଙ୍କ ଭାବି ସ୍ୱାମୀ ମୁଫତି ଆନସ୍ ଧଳା କୁର୍ତ୍ତା ପୁନ୍ଧିଥିବା ଦେଖିବାକୁ ମିଳିଛନ୍ତି । ଭାଇରାଲ ହେଉଥିବା ଭିଡ଼ିଓରେ ସାନା ଓ ମୁଫତି ଏକାଠି ବିବାହ କେକ୍ କାଟୁଥିବା ଦେଖିବାକୁ ମିଳିଛି । ଏବଂ ଏକ ରେଡ଼୍ ଗାଉନରେ ମଧ୍ୟ ନଜର ଆସିଛନ୍ତି ।

ସାନା ଖାନ ନିକଟରେ ଇସଲାମ ଧର୍ମ ପ୍ରଚାର ପ୍ରସାର କରିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଅଲବିଦା କରିଥିଲେ । ପୁର୍ବରୁ ସାନାଙ୍କୁ ମୁଫତିଙ୍କ ସହ ବିଗ୍ବସ୍ର ପୁର୍ବ ପ୍ରତିଯୋଗୀ ଅଜାଜ୍ ଖାନ ହିଁ ସାକ୍ଷାତ କରାଇଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରୀରୁ ବିଦାୟ ନେବା ପରେ ସାନା ଖାନଙ୍କ ଅଚାନକ ବିବାହ ଖବର ଦର୍ଶକଙ୍କୁ ଚକିତ କରିଦେଇଛି । ପୁର୍ବରୁ ସାନା ଖାନ.. ହଲ୍ଲା ବୋଲ, ଜୟ ହୋ, ବଜହ ତୁମ ହୋ ଆଦି ଫିଲ୍ମରେ ଅଭିନୟ କରିଛନ୍ତି । ବଲିଉଡ଼ ଫିଲ୍ମ ଅପେକ୍ଷା ଦକ୍ଷିଣ ଭାରତୀୟ ଫିଲ୍ମରେ ସାନା ଅଧିକ ନଜର ଆସିଛନ୍ତି ।




Visitors Today : 5
Total Visitors : 130174
Total Views : 9891621
Visitors Online Now : 0