ନୂଆଦିଲ୍ଲୀ: ପ୍ରଥମେ ରାଷ୍ଟ୍ର କହି ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଲେନି ଭାରତୀୟ ଦଳର ଶ୍ରେଷ୍ଠ ଦ୍ରୁତ ବୋଲର ମୋହମ୍ମଦ ସିରାଜ । ଅନ୍ୟପଟେ ଭାରତୀୟ କ୍ରିକେଟ ବୋର୍ଡର ପ୍ରମୁଖ ଜୟ ଶାହ ସିରାଜଙ୍କୁ ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ବିଦେଶ ମାଟିରେ ଖେଳିବା ପାଇଁ ଯାଇଥିବା ଭାରତୀୟ ଦଳକୁ ଛାଡି ଆସିବାକୁ ନାରାଜ ହେଲେ ସିରାଜ । ପ୍ରଥମେ ‘ରାଷ୍ଟ୍ର କର୍ତ୍ତବ୍ୟ’ କହି ଯିବାକୁ ମନା କରିଦେଲେ ସିରାଜ । ତାଙ୍କର ଏଭଳି ରାଷ୍ଟ୍ରପ୍ରେମକୁ କୋଟି କୋଟି ସଲାମ ଜଣାଇଛନ୍ତି ଦେଶବାସୀ । ତେବେ ତାଙ୍କ ପିତା ମୋହମ୍ମଦ ଗୌସ ୫୩ ବର୍ଷ ବୟସରେ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0