କର୍ଣ୍ଣାଟକ: ଇସ୍ରୋର ଅଧ୍ୟକ୍ଷ କେ.ଶିବନଙ୍କୁ ଡକ୍ଟର ଅଫ ସାଇନ୍ସ ଉପାଧିରେ ସମ୍ମାନିତ କରିଛନ୍ତି କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା । ଦେଶରେ ମହାକାଶ କାର୍ୟ୍ୟକ୍ରମ ଏବଂ ସାମାଜିକ କ୍ଷେତ୍ରରେ ଶିବନ୍ଙ୍କ ଭୂମିକାକୁ ରାଜ୍ୟପାଳ ଭୂୟସି ପ୍ରଶଂସା କରିଛନ୍ତି । ତେବେ ବିଶ୍ୱେଶ୍ୱରାୟ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ଉପାଧି ମିଳିଥିବାର ସୂଚନା ମିଳିଛି । ଅନ୍ୟପଟେ ଉପମୁମଖ୍ୟମନ୍ତ୍ରୀ ଡକ୍ଟର ସି.ଏନ. ଆଶ୍ୱସ୍ତ ନାରାୟଣ ଡକ୍ଟର ଶିବନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ପ୍ରଚେଷ୍ଟାରେ ଇସ୍ରୋ ଅନେକ ପ୍ରତିଷ୍ଠା ଅର୍ଜନ କରିପାରିଛି ବୋଲି କହିଛନ୍ତି। ସେ ଇସ୍ରୋର ଭବିଷ୍ୟତ ପ୍ରକଳ୍ପର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0