ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡା ପଞ୍ଚୟତ ମୁକାନପାଲ୍ଲୀ ଗାଁରେ ପାଣିରେ ବୁଢି ଚାଲିଗଲା ଦୁଇ ଭଉଣୀଙ୍କର ଜୀବନ । ମୃତ ଦୁଇ ଶିଶୁମାନଙ୍କର ମଧ୍ୟରୁ ଜଣଙ୍କର ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ୬ ବର୍ଷ ବୋଲି ଜଣାପଡିଛି। ମୁକାନପାଲ୍ଲୀ ଗାଁର ଉପେଲ ଗଙ୍ଗାଙ୍କ ସ୍ତ୍ରୀ ଘରଠାରୁ ୫୦୦ ମିଟର ଦୂରରେ ଥିବା ବିଲକୁ ଧାନ କାଟିବାକୁ ଯାଇଥିଲେ। ସାଙ୍ଗରେ ଦୁଇ ଝିଅକୁ ନେଇଯାଇଥିଲେ। ମା’ ବିଲରେ ଧାନ କାଟୁଥିବା ସମୟରେ ଏହି ଦୁଇ ଭଉଣୀ ପାଖରେ ଥିବା ଏକ ଗାଡିଆ ନିକଟରେ ବସି ଖେଳୁଥିଲେ। ଖେଳୁଖେଳୁ ଦୁଇ ଭଉଣୀ ପାଣିରେ ପଡି ଯାଉଥିଲେ।
କିଛି ସମୟ ପରେ ମା’ ବିଲରୁ ଆସି ଦୁଇ ଝିଅଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର ପାଇନଥିଲେ। କିଛି ସମୟ ପରେ ପାଣିରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0