ଯାଜପୁର: ଗୁରୁତ୍ୱର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର । ଆଜି ଭୋର ୫ଟା ସମୟରେ ଯାଜପୁରର ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ବାରୁଣାବନ୍ତ ପାହାଡ଼ ନିକଟ ବିଜୁଳେଇ ପାଦଦେଶରୁ ମହିଳାଙ୍କୁ ଉଦ୍ଧାର କରାଯାଇଛି । ମହିଳା ଜଣକ କେନ୍ଦ୍ରାପଡ଼ାର ରାଜନଗର ଅଂଚଳର ଦେବକୀ ନାୟକ ବୟସ ଚଳିଶ ବର୍ଷ । ମହିଳା ଜଣକ ଦେବକୀ ଧାନମଣ୍ଡଳ ବଜାରରେ ଘର ଭଡ଼ା ନେଇ ଫେରି ବ୍ୟବସାୟ କରୁୁଥିଲେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ମହିଳା ଜଣକ ଗତ କାଲି ବ୍ୟବସାୟ ସାରି ଏକ ଅଜଣା ଅଟୋ ରେ ଘରକୁ ଫେରିଥିଲେ । ହେଲେ ସକାଳୁ ମହିଳାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମହିଳାଙ୍କ ଗାଲ ଓ ମୁହଁକୁ ଧାରୁଆ ଅସ୍ତ୍ରରେ ଦୁର୍ବୁତ ମାନେ କ୍ଷତ ବିକ୍ଷତ କରିଥିବା ଦେଖିବାକୁ ମିଳିଛି । ପରେ ମହିଳାଙ୍କୁ ସ୍ଥାନୀୟ ଲୋକେ କ୍ଷତାକ୍ତ ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଗୁରୁତ୍ୱର ମହିଳାଙ୍କ ପୁଅ ଜିତେନ୍ଦ୍ର ନାୟକ ଖବର ପାଇ ବଡ଼ଚଣା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହାର ତଦନ୍ତ ଜାରୀ ରଖିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0