ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ନଭେମ୍ବର ପହିଲାରୁ କୋଭିଡ଼ରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁଶୀଳା ଦେବୀଙ୍କ ମରଶରୀରକୁ ରାଜଭବନ ଅଣାଯାଇ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଛି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ସୁଶୀଳା ଦେବୀଙ୍କ ଅମର ଚିକିତ୍ସିତ ସଦଗତି କାମନା କରିଛନ୍ତି । ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି । ସେପଟେ ବିଧାନସଭାରେ ସୁଶୀଳା ଦେବୀଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିଛନ୍ତି । ଶୋକ ପ୍ରସ୍ତାବକୁ ବିଭିନ୍ନ ଦଳର ନେତା ସମର୍ଥନ କରିଥିଲେ । ଏହା ସହ ଗୃହରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସୁଶୀଳା ଦେବୀଙ୍କୁ ସମ୍ମାନ ଜଣାଇ ବିଧାନସଭାକୁ ଦିନ ତିନିଟା ଯାଏଁ ମୁଲତବୀ ରଖାଯାଇଛି ।




Visitors Today : 0
Total Visitors : 130210
Total Views : 9891678
Visitors Online Now : 0