ବିହାର: ଦୁନିଆରେ ନେତା ଓ ଅଭିନେତା ମାନଙ୍କ ପାଇଁ ତାଙ୍କ ପ୍ୟାନ୍ସ ମାନେ କିଛିବି କରିପାରନ୍ତି । ଯାହାକି ଆପଣଙ୍କ କଳ୍ପନା ବାହାରେ । ତେବେ ଏପରି ଏକ ଘଟଣା ବିହାରରୁ ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାରଙ୍କ ପାଇଁ ଜଣେ ଯୁବକ ନିଜର ଆଙ୍ଗୁଳି କାଟି ଭଗବାନଙ୍କୁ ଦେଇଛନ୍ତି । ଏପରି ଅଦଭୁତ କାମ କରିଥିବା ଯୁବକ ଜଣଙ୍କ ବିହାରର ଜହାନାବାଦର ଅନିଲ ଶର୍ମା । ଅନିଲ ନିଜର ୪ର୍ଥ ଅଙ୍ଗୁଳି କାଟି ଭଗବାନଙ୍କୁ ସମର୍ପିତ କରିଛନ୍ତି । ଏବଂ ସେ ପୂର୍ବରୁ ନିଜର ୩ଟି ଆଙ୍ଗଳି ମଧ୍ୟ କାଟିସାରିଛନ୍ତି । ଅନିଲ ଶର୍ମା ଓରଫ ଅଲିବାବାଙ୍କ ଏପରି ଭଲପାଇବା ନୀତୀଶଙ୍କ ପ୍ରତି ଅନେକ ଦିନରୁ ରହିଛି । ପୂର୍ବରୁ ନୀତୀଶ ଯେତେ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଅନିଲ ନିଜର ଗୋଟିଏ ଆଙ୍ଗୁଳି କାଟି ଗୋରୈୟା ବାବାଙ୍କୁ ସମର୍ପିତ କରିଥାନ୍ତି । ତାଙ୍କର ଏପରି ପାଗଳାମୀ ଗାଁରେ ରହୁଥିବା ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ଅନିଲ କହିଛନ୍ତି ତାଙ୍କୁ ଏହି କାମ କରିବା ଦ୍ୱରା ଖୁସି ମିଳିଥାଏ । ସେ ଭଗବାନ ଗୋରୈୟାଙ୍କ ନିକଟରେ ନୀତୀଶ ମୁଖ୍ୟମନ୍ତ୍ରୀ ହେବାର ମାନସିକ ରଖିଥିଲେ ଯାହା ଏବେ ପୁରଣ ହୋଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0