ଭୁବନେଶ୍ୱର: ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ୧୦ ହଜାର ଟଙ୍କା ଲୁଟ । ଘଟଣା ଘଟିଛି ଭୁବନେଶ୍ୱର କମିସନରେଟ ପୁଲିସ ଅଧିନ ବାଲିପାଟଣା ଥାନା ଅଂଚଳରେ । ଜଣେ ଫାଇନାନ୍ସ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି । କର୍ମଚାରୀ ଜଣକ ସୂର୍ଯ୍ୟଦୟ ସ୍ମଲଫାଇନାନ୍ସ କମ୍ପାନିର ଜିତେନ୍ଦ୍ର ବାରିକ୍ । ଅପରାହ୍ନ ୪ ବେଳେ ସରାଟ ଅଂଚଳରୁ ଟଙ୍କା ଆଦାୟ କରି ଅଠାନ୍ତର ଅଭିମୁଖେ ବାଇକ୍ ଯୋଗେ ଫେରୁଥିଲେ । ଗଡ଼ବନ୍ତପୁର ଆଇତଳଙ୍ଗ ରାସ୍ତାର ଏକ ନିଛାଟିଆ ସ୍ଥାନରେ ଲୁଟେରାଙ୍କ ହାବୁଡ଼ରେ ପଡିଥିଲେ । ଲୁଟେରାମାନେ ତାଙ୍କ ବାଇକକୁ ଧକ୍କା ଦେଇ ତାଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣ କରି ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଏବଂ ଟ୍ୟାବ୍ ଲୁଟି ନେଇଥିଲେ । କର୍ମଚାରୀ ଜଣକ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସିତ ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିପାଟଣା ପୁଲିସ ଏହାର ତଦନ୍ତ ଚଳାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0