ଭୁବନେଶ୍ବର : ଐତିହାସିକ ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଏବଂ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । କଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କ୍ରମେ ସାଂସଦ ଗତ ୧୫ ତାରିଖରେ ଧଉଳି ପରିଦର୍ଶନ କରି ସମସ୍ତ ସମସ୍ୟାର ସମୀକ୍ଷା କରିବା ସହ ଆବଶକୀୟ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ଅନ୍ୟପଟେ ଶାନ୍ତି ସ୍ତୁପର ମରାମତି ଧଉଳି ଡେଭଲପମେଣ୍ଟ କମିଟି କରିବ । ଶନିବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ୍ ହାଉସରେ ବସିଥିବା ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଖୁବ୍ ଶୀଘ୍ର ପୂର୍ତ୍ତ ବିଭାଗର ଏକ ଇଂଜିନିୟରିଂ ଟିମ୍ ସ୍ତୁପର ଟିକିନିଖି ଯାଞ୍ଚ କରିବେ । ଯାଞ୍ଚ ପରେ ମରାମତି କାମ ଆରମ୍ଭ ହେବ ବୋଲି ଜଣାପଡିଛି । ଧଉଳି ଡେଭଲପମେଣ୍ଟ କମିଟିର ଫଣ୍ଡରେ ମରାମତି କାମ କରାଯିବ । ଆବଶ୍ୟକ ପଡ଼ିଲେ ସରକାରଙ୍କୁ ଅଧିକ ଅର୍ଥ ମଗାଯିବ ବୋଲି ଯୋଜନା ହୋଇଛି । କଳିଙ୍ଗ ବୁଦ୍ଧ ନିପନ ସଂଘ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି । ତେବେ କାମ ଆରମ୍ଭ କରିବା ପୂର୍ବରୁ ସଂଘ ସହ ଆଲୋଚନା କରି ମରାମତି କଲେ ଭଲ ହେବ ବୋଲି କୁହାଯାଇଛି ।
ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏହି ଶାନ୍ତି ସ୍ତୁପକୁ ଦେଖିବା ପାଇଁ ଆସିଥାଆନ୍ତି । ତେବେ ଯେତେ ଶୀଘ୍ର ଏହାର ମରାମତି ହୋଇପାରିବ ରାଜ୍ୟର ପର୍ଯ୍ୟଟନ ସ୍ଥଳର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନର ଗୁରୁତ୍ବ ଆହୁରି ବଢି ପାରନ୍ତା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0