ମୀରଟ- କଥାରେ ଅଛି ରଖେ ରହି ମାରେ କିଏ? ଉପରବାଲା ଯାହାକୁ ରକ୍ଷା କରନ୍ତି ତା’ର କେହି କ୍ଷତି କରିପାରେ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୀରଟରେ । କେହି ଜଣେ ନବଜାତ ଶିଶୁ କନ୍ୟାକୁ ଅଖା ବସ୍ତାରେ ଭର୍ତ୍ତି କରି ରାସ୍ତା କଡ଼ରେ ମରିବା ପାଇଁ ଫୋପାଡ଼ି ଦେଇ ଚାଲିଯାଇଥିଲା । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଶିଶୁକନ୍ୟାଟି ନବଜାତ ହୋଇଥିଲେ ହେଁ ୩ଟି ଅଖା ବସ୍ତା ଭିତରେ ମଧ୍ୟ ନିଜ ଜୀବନ ସହ ସଂଗ୍ରାମ କରି ବର୍ତ୍ତି ଯାଇଛି ।

ଶିଶୁକନ୍ୟାଟିର କାନ୍ଦ ରାସ୍ତାରେ ଯାଉଥିବା ବାଟୋଇ ଶୁଣିବାକୁ ପାଇଥିଲେ । ପରେ ସେମାନେ ୩ଟି ଅଖା ଭିତରୁ ଶିଶୁଟିକୁ ଉଦ୍ଧାର କରିଥିଲେ । ପୁଲିସ ଘଟଣା ସ୍ୁଳରେ ପହଂଚି ଶିଶୁ କନ୍ୟାଟିକୁ ହସ୍ପିଟାଲରେ ଭର୍ତ୍ତି କରିଛି । ଶିଶୁକନ୍ୟାଟିର ସ୍ୱାସ୍ଥ୍ୟ ବସ୍ଥା ଠିକ୍ ଥିବା ଜଣାପଡ଼ିଛି । ପୁଲିସ ଅଧିକାରୀ ଡ. ଅଖିଲେଶ ନାରାୟଣ ସିଂହ, ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0