spot_img

ଷ୍ଟୋଇନିସଙ୍କ ଫର୍ମକୁ ନେଇ ପ୍ରଶଂସା କଲେ ପଣ୍ଟିଂ

ମେଲବୋର୍ନ: ପୂର୍ବତନ ଅଷ୍ଟ୍ରେଲିଆ ଦଳର କ୍ୟାପଟେନ ତଥା ବ୍ୟାଟିଂ କିମ୍ବଦନ୍ତି ରିକି ପଣ୍ଟିଂ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ଷ୍ଟୋଇନିସ ଫିନିଶର ଦାୟିତ୍ୱ ତୁଲାଇବା ସହ ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ରିକି ପଣ୍ଟିଂ । ଏହା ସହ ସେ କହିଛନ୍ତି ଷ୍ଟୋଇନିସ ବର୍ଷକ ପୂର୍ବେ ଯେପରି ଖେଳୁଥିଲେ ଏବେ ସେ ତା’ଠାରୁ ୫ ଗୁଣା ଉନ୍ନତ ପ୍ରଦର୍ଶନ କରୁଛନ୍ତି । ଅନ୍ୟପଟେ ଷ୍ଟୋଇନିସ ଚଳିତ ବର୍ଷ ଆଇପିଏଲରେ ଭଲ ପ୍ରର୍ଦଶନ କରିଥିଲେ । ଏହା ସହ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପ୍ରବେଶ କରିବା ପାଇଁ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତେଣୁ ଭାରତ-ଅଷ୍ଟ୍ରେଲିଆ ସିରିଜରେ ମଧ୍ୟ ଓପନିଂ ବ୍ୟାଟିଂ କଲେ ମଧ୍ୟ ସେ ଚମକ୍ରାର ପ୍ରଦର୍ଶନ କରିବେ ବୋଲି କହିଛନ୍ତି ରିକି ପଣ୍ଟିଂ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular