spot_img

ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର, ହଟସ୍ପଟ ଜିଲ୍ଲାରୁ ରୋଗୀଙ୍କୁ ଆଡମିଟ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର । ହଟସ୍ପଟ ଜିଲ୍ଲାରୁ ଆସିଥିବା ରୋଗୀଙ୍କୁ ଆଡମିଟ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଗୁରୁତର ରୋଗୀଙ୍କୁ ଚିକିତ୍ସା ନକରିବା ବେଆଇନ ଓ ନୀତି ବିରୋଧୀ ବୋଲି ଟୁଇଟ କରି କହିଛନ୍ତି ମୁଖ୍ୟ ଶାସନ ସଚିବ । ନିକଟରେ ବ୍ରହ୍ମପୁରରୁ ଆସିଥିବା ଜଣେ ରୋଗୀଙ୍କୁ ଭୁବନେଶ୍ୱରର କିଛି ଘରୋଇ ହସ୍ପିଟାଲ ଆଡମିଟ୍ କରିବାକୁ ମନା କରିଦେଇଥିଲେ । ଏହାକୁ ନେଇ ରାଜ୍ୟବ୍ୟାପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ଏବେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠି ଏନେଇ ଘରୋଇ ହସ୍ପିଟାଲ ଗୁଡିଙ୍କୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular