spot_img

ଦ୍ରୁତ ଗତିରେ ଚାଲିଛି ରାମମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଦ୍ଧା: ଅଯୋଦ୍ଧାରେ ରାମମନ୍ଦିର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ବିତ୍ତପ୍ରସ୍ତର ସ୍ଥାପନ ପାଇଁ ପ୍ରାୟ ୩୦ ଜଣ ପ୍ରସ୍ତର କରସେବକ ମନ୍ଦିର ନିର୍ମାଣ ସ୍ଥାନରେ ପହଞ୍ଚି ସାରିଲେଣି । ମନ୍ଦିର ନିର୍ମାଣ ପାଇଁ ପଥର ଗୁଡିକର ଗୋଟି ଗୋଟି ଗଣତି କରାଯାଉଛି । ମନ୍ଦିରର ଭିତ୍ତିପ୍ରସ୍ତର ନିର୍ମାଣଠାରୁ ପ୍ରଥମ ମହଲା ତିଆରି ପାଇଁ ପ୍ରାୟ ୭୫ ଘନଫୁଟ୍ ପଥର ପ୍ରସ୍ତୁତ ହୋଇସାରିଛି । ପଥର ଗୁଡିକର କୋଡିଂ କରାଯାଇ ନିର୍ମାଣ କାର୍ୟ୍ୟରେ ଲଗାଯିବାର ବ୍ୟବସ୍ଥା କରାଯାଇଛି । କୋଡିଂ କରୁଥିବା ମନୋଜ ସୋମପୁରା କହିଛନ୍ତି ଯେ, ପଥର ଗୁଡିକର କୋଡିଂ ଏଥିପାଇଁ କରାଯାଉଛି କି ନିର୍ମାଣ କାର୍ୟ୍ୟରେ କେତେ ପଥର ଲାଗୁଛି ତାହାର ଏକ ହିସାବ ରହିପାରିବ । ମନ୍ଦିର ନିର୍ମାଣ ପାଇଁ ପିଲାର ପଥର ୨୫ ଘନଫୁଟ୍ ଏବଂ ଅନ୍ୟ ପଥର ସବୁ ୧୦ ଏବଂ ୫ ଘନଫୁଟର ରହିଛି । ମନ୍ଦିରର ପ୍ରଥମ ମହଲା ତିଆରି ପାଇଁ ପଥର ପ୍ରସ୍ତୁତ ହୋଇସାରିଛି ଏବଂ ବାକି ଦୁଇ ମହଲା ପାଇଁ ପ୍ରାୟ ସାଢେ ତିନି ଲକ୍ଷ ଘନଫୁଟ ପଥର ତିଆରି କାର୍ୟ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular