spot_img

ସ୍କୁଲ ଖୋଲିବାକୁ ନେଇ ବଡ ବୟାନ ଦେଲେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହା ସହ ସ୍କୁଲ ଖୋଲିବା ପ୍ରସଙ୍ଗ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ସ୍କୁଲ ପ୍ରସଙ୍ଗକୁ ନେଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯେ ପର୍ଯ୍ୟନ୍ତ କରୋନା ଭାକ୍ସିନ ଆସିନାହିଁ ସେ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ ବୋଲି କହିଛନ୍ତି । ଏହା ସହ କହିଛନ୍ତି, ଏହି ସଙ୍କଟ କାଳରେ ସ୍କୁଲ ଖୋଲିବାମାନେ ପିଲାଙ୍କୁ କରୋନା ପଟୁକୁ ଟାଣି ନେବା । କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ସାହାଯ୍ୟ କରୁଛନ୍ତି । ଏହି ସଙ୍କଟ କାଳରେ ନିଜ ଭିତରେ ଲଢିଲେ କୌଣସି ଫଳପ୍ରଦ ହେବ ନାହିଁ । ଶେଷରେ କହିଛନ୍ତି ବର୍ତ୍ତମାନ ଦିଲ୍ଲୀରେ ସ୍କୁଲ ଖୋଲିବା ଭଳି ପରିସ୍ଥିତି ନାହିଁ । ତେଣୁ ଯେଉଁ ପର୍ଯ୍ୟନ୍ତ କରୋନା ଭାକ୍ସିନ ଆସିନାହିଁ ସେ ପର୍ଯ୍ୟନ୍ତ ସ୍କୁଲ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular