ୱାଶିଂଟନ: ଶେଷରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ବିଡେନଙ୍କୁ କ୍ଷମତା ହସ୍ତନ୍ତର ପ୍ରକ୍ରିୟା ଆରମ୍ଭ ପାଇଁ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଲେ । ତେବେ ନିର୍ବାଚନ ଫଳାଫଳା ଆସିବାର ୧୬ ଦିନ ପରେ ଟ୍ରମ୍ପ ତାଙ୍କ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଅନ୍ୟପଟେ କ୍ଷମତା ହସ୍ତାନ୍ତର ପାଇଁ ଦାୟିତ୍ୱ ନେଇଥିବା ଏଜେନ୍ସୀ ଜିଏସଏ ମୁଖ୍ୟ କହିଛନ୍ତି, ସେ ବିଡେନ୍ ଙ୍କୁ ହ୍ବାଇଟ୍ ହାଉସ୍ କୁ ଆସିବା ପାଇଁ ଜରୁରୀ ସାମଗ୍ରୀ ଯୋଗାଇଦେବେ । ଏହାପରେ ଟ୍ରମ୍ପଙ୍କର ଏଭଳି ବୟାନ ଆସିଛି । ଲଢେଇ ଜାରି ରହିବ ଏବଂ ବିଜୟୀ ହେବେ ବୋଲି ମଧ୍ୟ ଟ୍ରମ୍ପ୍ କହିଛନ୍ତି । ଆମେରିକାରେ ନଭେମ୍ବର ୩ ତାରିଖରେ ହୋଇଥିବା ନିର୍ବାଚନରେ ରାଷ୍ଟ୍ରପତି ପଦ ପାଇଁ ବିଡେନ୍ ଏବଂ ଉପ ରାଷ୍ଟ୍ରପତି ପଦ ପାଇଁ କମଲା ହାରିସଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0