spot_img

ଭିଜିଲାନ୍ସ ଜାଲରେ ଅତିରିକ୍ତ ପିସିସିଏଫ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅତିରିକ୍ତ ପିସିସିଏଫ । ଓଡ଼ିଶା ବନୀକରଣ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ । ଭୁବନେଶ୍ୱରର ୫ଟି , ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢ଼ା କରାଯାଇଛି । ସେହିପରି ବିହାରର ପାଟଣା ଓ ରାଜସ୍ଥାନର ଉଦୟପୁରରେ ମଧ୍ୟ ଚଢ଼ାଉ କରୁଛି ଭିଜଲାନ୍ସ । ୧୫୦ଟି ଭିଜଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି । ସେ ଲକଡ଼ାଉନ ସମୟରେ ୨୦ ଥର ଚାର୍ଟର ପ୍ଲେନ ବ୍ୟବହାର କରିଥିଲେ । ସେହିପରି ପାଠକଙ୍କ ସହ ତାଙ୍କ ପୁଅ ମଧ୍ୟ ଆକାଶ କୁମାର ପାଠକ ମଧ୍ୟ ଚାର୍ଟର ପ୍ଲେନରେ ଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟବଳରେ ଚଢ଼ାଉ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular