ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିଭାର । ଏହା ଘଂଟାକୁ ପ୍ରାୟ ୬କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହି ସମୟରେ ଘଂଟା ପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବୋହିବା ସହ ସର୍ବାଧିକ ୧୪୫କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।
ସାଇକ୍ଲୋନିକ ଷ୍ଟର୍ମ ‘ନିଭାର’ ପ୍ରଭାବରେ ତାମିଲନାଡୁ, ପୁଡୁଚେରି, କରାଇକେଲ, ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଓ ରୟାଲ ସୀମା, ଦକ୍ଷିଣ ପୂର୍ବ ତେଲେଙ୍ଗାନା ଓ କର୍ଣ୍ଣାଟକରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥି ଯୋଗୁଁ ଓଡିଶାକୁ ବିପଦକୁ ନଥିଲେ ମଧ୍ୟ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । କିନ୍ତୁ ପବନର ପ୍ରଭାବ ଓଡିଶାରେ ରହିବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0