୯୦ ଦଶକର ଫିଲ୍ମ ‘ରାଜା’ ରେ ଉଭୟେ ଏକାଠି ଅଭିନୟ କରିଥିଲେ ହିଟ୍ ଯୋଡ଼ି ସଞ୍ଜୟ କପୁର ଏବଂ ମାଧୁରୀ ଦୀକ୍ଷିତ । ଫିଲ୍ମରେ ଅଭିନୟ କରିବା ପରେ କାଭାଁ ଫିଲ୍ମରେ ସଞ୍ଜୟ ଅଭିନୟ କରିଥିଲେ । ହେଲେ ସଞ୍ଜୟ ଏବେ ୱେବ ସିରିଜରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ନାସିକ ଏକ ସୁଟିଂ ସେଟରେ ବ୍ୟସ୍ତ ଥିବା ସଞ୍ଜୟ କପୁର ଖୁବ ଶୀଘ୍ର ମୁମ୍ବାଇ ଫେରି ତାଙ୍କ ଆଗାମୀ ସିରିଜ ବ୍ୟସ୍ତ ରହିବେ । ଆଉ ଏହି ସିରିଜରେ ତାଙ୍କ ସହ ଅଭିନୟ କରିବେ ତାଙ୍କ ଅତି ଘନିଷ୍ଠ ବନ୍ଧୁ ମାଧୁରୀ ଦୀକ୍ଷିତ ।

ଦୀର୍ଘ ୨୫ ବର୍ଷ ପରେ ଉଭୟେ ଅନ୍-ସ୍କ୍ରିନ୍ କାମ କରିବେ । ୧୯୯୫ ରେ ‘ରାଜା’ ଚଳଚ୍ଚିତ୍ରରେ ସଞ୍ଜୟ ଓ ମାଧୁରୀ ପ୍ରଥମ ଥର କାମ କରିଥିଲେ । ଫିଲ୍ମଟି ସେହି ସମୟରେ ଖୁବ୍ ସଫଳତା ଲାଭ କରିଥିଲା । ‘ରାଜା’ ଫିଲ୍ମ ପରେ ଦୁହିଁଙ୍କୁ ଆଉ ଏକାଠି ଦେଖିବାକୁ ମିଳିନଥିଲା । କରନ୍ ଜୋହର୍ ପ୍ରଯୋଜିତ ଏହି ୱେବ ସିରିଜରେ ସଞ୍ଜୟ ଓ ମାଧୁରୀ ପୁଣି ଥରେ ଏକାଠି ଅଭିନୟ କରିବେ । ଏହି ୱେବ ସିରିଜ୍ ଟି ଏକ ସତ୍ୟ ଘଟଣା ଉପରେ ଅଧାରିତ ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0