spot_img

ଚେନ୍ନାଇ ଏଫସିର ପ୍ରଥମ ବିଜୟ

ଗୋଆ: ଇଣ୍ଡିଆନ ସୁପରଲିଗରେ ଚେନ୍ନାଇ ଏଫସି ୨-୧ ଗୋଲରେ ଜାମସେଦପୁର ଏଫସିକୁ ପରାସ୍ତ କରିଛି । ତେବେ ଚଳିତ ବର୍ଷ ଚେନ୍ନାଇ ଏଫସିର ଏହା ପ୍ରଥମ ବିଜୟ । ଅନ୍ୟପଟେ ଦଳର ନୂତନ କୋଚ କସାବା ଲାଜଲୋଙ୍କ ମଧ୍ୟ ଏହା ପ୍ରଥମ ବିଜୟ । ରେଫରିଙ୍କ ହ୍ୱିସିଲ ବାଜିବାମାତ୍ରେ ଚେନ୍ନାଇ ଦଳ ଆକ୍ରମଣାତ୍ମକ ଭାବରେ ଖେଳିବା ଆରମ୍ଭ କରିଥିଲେ । ଯାହଫଳରେ ୧ ମିନିଟରେ ହିଁ ଅନିରୁଦ୍ଧ ଥାପ୍ପା ଗୋଲ ଦେଇ ଦଳକୁୁ ଅଗ୍ରଣୀ କରିଥିଲେ । ଅନ୍ୟପଟେ ଚଳିତ ବର୍ଷ ଇଣ୍ଡିଆନ ସୁପରଲିଗରେ ପ୍ରଥମ ଭାରତୀୟ ଭାବରେ ସେ ଏହି ଗୋଲଟିକୁ କରିଛନ୍ତି । ଏହା ସହ ଚଳିତ ବର୍ଷର ଏହା ଦ୍ରୁତତମ ଗୋଲ । ବିପକ୍ଷ ଦଳକୁ ୨୬ ମିନିଟରେ ଇସମାଇଲ ଦ୍ୱିତୀୟ ଗୋଲ ଦେଇଥିଲେ । ଅନ୍ୟପଟେ ବିପକ୍ଷ ଦଳ ଜାମସେଦପୁରର ଏକାଧିକ ଗୋଲ କରିବାର ସୁଯୋଗ ପାଇଥିଲେ ମଧ୍ୟ ଦଳ ଏହାର ଲାଭ ଉଠାଇ ପାରିନଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular