ଭୁବନେଶ୍ୱର ୧୯।୦୭: ଓଡିଶାରେ ରବିବାର ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା ଦିଆଯାଇଛି।୫ଜଣ ମୃତକ ମଧ୍ୟରୁ ଗଞ୍ଜାମରୁ ୩ ଜଣ ହୋଇଥିବା ବେଳେ ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
Regret to inform the demise of 5 Covid positive patients while under treatment in hospitals.
1. A 70-year old female of Ganjam district.
2. A 67-year old Male of Jagatsinghpur district who was also suffering from Diabetes.
3. A 44-year old Male of Ganjam district.
— H & FW Dept Odisha (@HFWOdisha) July 19, 2020
ଗଞ୍ଜାମ ଜିଲ୍ଲାର ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ମହିଳା ରହିଛନ୍ତି । ଏହାସହ ଜଣେ ୪୪ ବର୍ଷର ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ସେ ମଧୁମେହରେ ଆକ୍ରାନ୍ତ ଥିଲେ । ସେହିପରି ୩୯ ବର୍ଷୀୟ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେ ମଧ୍ୟ ମଧୂମେହରେ ଶିକାର ଥିଲେ । ଏତତ୍ ବ୍ୟତୀତ ଜଗତସିଂପୁରର ଜଣେ ୬୭ ବର୍ଷୀୟ ବୃଦ୍ଧି ଯିଏକି ମଧୁମେହରେ ପୀଡିତ ଥିଲେ ଓ ସୁନ୍ଦରଗଡର ଜଣେ ୬୫ ବର୍ଷର ମହିଳା ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0