ବୌଦ୍ଧ: ସ୍ବାବ୍ ନମୁନା ପରୀକ୍ଷଣରେ କରୋନା ଭୂତାଣୁ ନାହିଁ ବୋଲି ଜଣାପଡ଼ିଥିଲେ ବି ପରେ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ବୌଦ୍ଧର ପୋଡାପଡା ଅଞ୍ଚଳରୁ ଚିହ୍ନଟ ସଂକ୍ରମଣ ମାମଲାରୁ ସାମନାକୁ ଆସିଛି। ଏପରି ସ୍ଥିତି ହେବାରୁ ବୌଦ୍ଧ ଏନଏସି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବଢିବା ଆଶଙ୍କା ସମସ୍ତଙ୍କୁ ବିବ୍ରତ କରିଛି।
ସୂଚନା ଅନୁସାରେ ପୋଡାପଡାର ଯୁବକ ଜଣକ ଗତ ଜୁନ୍ ମାସରେ ବେଙ୍ଗାଲୁରୁରୁ ଫେରି ପ୍ରାୟ ୧୪ଦିନ ଗୃହାବଦ୍ଧ ରହିବା ପରେ ତାଙ୍କ ସ୍ବାବ୍ ନମୁନା ନିଆଯାଇ ପରୀକ୍ଷା ପାଇଁ କୋ୍ଭିଡ୍ ଲ୍ୟାବ୍କୁ ପଠାଯାଇଥିଲା । ତାଙ୍କ ସ୍ବାବ୍ ରିପୋର୍ଟ ନେଗେଟିଭ୍ ଆସିଥିଲା। ଫଳରେ ଦ୍ୱନ୍ଦମୁକ୍ତ ହୋଇ ସେ ତାଙ୍କ ପରିବାର ବର୍ଗଙ୍କ ସମେତ ଆଉ କିଛି ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି। ପୁଣି କିଛି ଦିନ ପରେ ଦେହ ଅସୁସ୍ଥ ହେବାରୁ ଉକ୍ତ ଯୁବକ ଜଣକଙ୍କ ବୌଦ୍ଧ ମେଡ଼ିକାଲ ଅଫିସରଙ୍କୁ ସହ ଯୋଗଯୋଗ କରି ପୁନର୍ବାର ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଇବାକୁ ଅନୁରୋଧ କରିଥିଲେ, ଯାହାକି ପଜିଟିଭ୍ ଚିହ୍ନଟ ହୋଇଥିଲା। ଫଳରେ ସଂକ୍ରମିତ ଯୁବକଙ୍କ ସମେତ ତାଙ୍କ ପରିବାର ମଧ୍ୟ ବର୍ତ୍ତମାନ ଦ୍ୱନ୍ଦାତ୍ମକ ସ୍ଥିତିରେ ରହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0