ତିରୁଅନନ୍ତପୁରମ୍: ଭାରତରେ ପୂର୍ବରୁ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ସରକାର ଦାବି କରିଥିଲେ । କିଛି କିଛି ସ୍ଥାନରେ ଲୋକେ ସ୍ଥାନୀୟ ସଂକ୍ରମଣର ଶିକାର ହେଉଛନ୍ତି କିନ୍ତୁ ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା ନେଇ ସ୍ପଷ୍ଟ କରିଥିଲେ ସରକାର । କିନ୍ତୁ ଭାରତରେ କୋଭିଡ୍-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବାର ସୂଚନା ମିଳିଛି । କେରଳରେ ପ୍ରଥମ କୋଭିଡ୍-୧୯ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବା ନେଇ ସ୍ପଷ୍ଟ କରିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । ତିରୁଅନନ୍ତପୁରମର ଦୁଇଟି ଉପକୂଳବର୍ତ୍ତୀ ବସ୍ତିରେ କୋଭିଡ -୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ଏବଂ ଲୋକଙ୍କୁ ଅତିରିକ୍ତ ସଜାଗ ରହିବାକୁ କୁହାଯାଇଛି। ପୁନ୍ଥୁରା ଓ ପୁଲୁଭିଲ୍ଲା ନାମକ ଦୁଇଟି ଅଂଚଳରେ ସଂକ୍ରମଣ ଆରମ୍ଭ ହୋଇଛି । ପୁନ୍ଥୁରାରେ ପରୀକ୍ଷା କରାଯାଇଥିବା ୫୦ ଜଣଙ୍କ ଭିତରୁ ୨୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସେହିଭଳି ପୁଲୁଭିଲାରେ ୫୭ଜଣଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୮ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଗୋଷ୍ଠୀ ସଂକ୍ରମଣ କୋଭିଡ୍-୧୯ର ତୃତୀୟ ପର୍ଯ୍ୟାୟ ଓ ଏଥିରେ ଉତ୍ପତ୍ତି ଉତ୍ସ ଜଣା ପଡେନାହିଁ। ଏହି ପର୍ୟ୍ୟାୟରେ କୌଣସି ଯାତ୍ରା ଇତିହାସ ନ ଥିବା କିମ୍ବା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସି ନଥିବା ବା ସଂକ୍ରମିତ ଅଞ୍ଚଳକୁ ନ ଯାଇ ଲୋକେ କରୋନା ଆକ୍ରାନ୍ତ ହୋଇଥାନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0