spot_img

ଆସନ୍ତାକାଲିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳରେ ଲକ୍‌ଡାଉନ୍‌

ଭଦ୍ରକ ୧୯।୦୭: କରୋନା ପାଇଁ ପୁଣି ଲକଡାଉନ । ଭଦ୍ରକ ପୌରପାଳିକା , ନିକଟବର୍ତ୍ତୀ ପଞ୍ଚାୟତ ଓ ଧାମନଗର ଏନ ଏ ସି ରେ ଲାକଡାଉନ ଘୋଷଣା  କରାଯାଇଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଲକଡାଉନ କଟକଣାରେ ସକାଳ ୫ରୁ ଦିନ ୧ ପର୍ଯ୍ୟନ୍ତ ଖୋଲା ରହିବ କେତେକ ନିର୍ଦ୍ଧିଷ୍ଟ ସେବା ଓ ଦୋକାନ ବଜାର । ଦିନ ୨ ପରେ ପରଦିନ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଲକ୍‌ଡାଉନ୍‌  ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଖୋଲା ରହିବ, ତେବେ ସେମାନଙ୍କ ଦୋକାନ ବା ଅନୁଷ୍ଠାନକୁ ୭ ଦିନ ପାଇଁ ସିଲ କରାଯିବା ସହ ଜରିମାନା ମଧ୍ୟ ଲଗାଯିବ ।

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପେଟ୍ରୋଲିଂ ଓ ଏନଫର୍ସମେଣ୍ଟକୁ ଜୋରଦାର କରାଯିବ । ଅମାନିଆଙ୍କ ପାଇଁ ଫାଇନ ଆଦାୟ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଲକ୍‌ଡାଉନ ସତ୍ତ୍ୱେ ବଳବତ୍ତର ରହିବ ସାପ୍ତାହିକ ସର୍ଟଡାଉନ । ସପ୍ତାହର ଶନିବାର ଓ ରବିବାର କଟକଣା ଜାରି ରହିବ । ଜୁଲାଇ ମାସ ୩୧ ପର୍ଯ୍ୟନ୍ତ ଏହି କଟକଣା ଲାଗୁରହିବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଏହି ସମୟ ମଧ୍ୟରେ ସାନିଟାଇଜେସନ ସହ ଆଣ୍ଟିଜେନ ଟେଷ୍ଟକୁ ଜୋରଦାର କରାଯିବ ସହ ତ୍ୱରିତ ସର୍ଭିଲାନ୍ସ କରାଯିବ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular