ଯାଜପୁର/ଚଣ୍ଡିଖୋଲ : ଲଘୁ ଖଣିଜ ସମ୍ପଦର ସଦବିନିଯୋଗ ଓ ପରିବହନ ପାଇଁ ସରକାର ଅନେକ ନୀତିନିୟମ ଓ ଆଇନ ପ୍ରଣୟନ କରିଛନ୍ତି। ଲଘୁ ଖଣିଜ ସମ୍ପଦର ଚୋରା କାରବାର ରୋକିବା ପାଇଁ ରାସ୍ତାଘାଟରେ ଗାଡ଼ି ଅଟକାଇ ପ୍ରଶାସନ ପକ୍ଷରୁ ଜରିମାନା ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାର ପ୍ରତିବାଦରେ ଆଜି ପୂର୍ବ ଉପକୂଳ ୮ଟି ଜିଲ୍ଲାର ଲଘୁ ଖଣିଜ ସମ୍ପଦ ପରିବହନ କରୁଥିବା ୧୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଓ ରାଜ୍ୟ ସଂଘର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆସନ୍ତା ୨୭ତାରିଖ ଠାରୁ ପୁରୀରୁ ଆରମ୍ଭ କରି ବାଲେଶ୍ବର ପର୍ୟ୍ୟନ୍ତ ସମସ୍ତ ପୂର୍ବ ଉପକୂଳ ଜିଲ୍ଲାଗୁଡ଼ିକରେ ଲଘୁ ଖଣିଜ ସମ୍ପଦ ପରିବହନ ବନ୍ଦ କରାଯିବ ବୋଲି ସ୍ଥିର ହୋଇଛି। ଆଜି ଚଣ୍ଡିଖୋଲ ଠାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ମୋଟ ୧୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଯୋଗ ଦେଇ ଏହି ଚରମ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ୮ଜିଲ୍ଲାର ଟ୍ରକ ମାଲିକ ସଂଘକୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ପୂର୍ବ ଉପକୂଳବର୍ତ୍ତୀ ୮ଟି ଜିଲ୍ଲାର ପ୍ରାୟ ୨୦ ହଜାର ଗାଡ଼ି ଲଘୁ ଖଣିଜ କାରବାରରେ ନିୟୋଜିତ ଅଛନ୍ତି। ଏହି କାରବାର ପାଇଁ କ୍ରସର ଠାରୁ ଆରମ୍ଭ କରି ବିଭିନ୍ନ ନିର୍ମାଣ କାମ ମଧ୍ୟ ନିୟନ୍ତ୍ରିତ ହେଉଛି। ଲଘୁ ଖଣିଜ ସମ୍ପଦ ପରିବହନ ବନ୍ଦ ହୋଇଗଲେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ସଂଘ କର୍ମକର୍ତ୍ତାମାନେ ଦାବି କରିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0