ଭୁବନେଶ୍ୱର: ଡ଼ିବିଏସ୍ ଇଣ୍ଡିଆ ବ୍ୟଙ୍କ ସହ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ । ଆସନ୍ତା କାଲିଠାରୁ ଡ଼ିବିଏସ୍ ଇଣ୍ଡିଆ ବ୍ୟାଙ୍କ ଭାବେ ଖୋଲିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଶାଖା । ଏହା ସହିତ ଗ୍ରାହକଙ୍କ ଆକାଉଣ୍ଟ ଚାଲୁ ହେବ । ଗ୍ରାହକ ମାନେ ଟଙ୍କା ଉଠାଇ ପାରିବେ, ପୁର୍ବରୁ ଟଙ୍କା ଉଠାଣ ପାଇଁ ଯେଉଁ କଟକଣା ଥିଲା , ତାହା ପ୍ରତ୍ୟାହାର ହୋଇଯିବ । ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ରେ ସୁଚନା ଦିଆଯାଇଛି । ଡ଼ିବିଏସ୍ ବ୍ୟାଙ୍କ ସହିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କ କୁ କେନ୍ଦ୍ର କ୍ୟାବିନେଟ୍ ଅନୁବୋଦନ କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିଲେ । ମିଶ୍ରଣ ପ୍ରକ୍ରିୟାରେ ଡ଼ି.ବି.ଏସ୍ ଇଣ୍ଡିଆ ବ୍ୟାଙ୍କ ୨ହଜାର ୫ ଶହ କୋଟି ଟଙ୍କା ନୁଆ କରି ବିନିଯୋଗ କରିପାରିବ । ଉଭୟ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ ମଂଜୁରୀ କରିଥିବା ସାମ୍ବାଦିକ ସମ୍ମିଳନି ରେ କହିଥିଲେ ପ୍ରକାଶ ଜାଭଡେକର । ଅଧିକ ରୁଣର ଯୋଗୁଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ତଳକୁ ଖସିଯାଉଥିବାରୁ ଗ୍ରାହକଙ୍କ ସ୍ୱାର୍ଥକୁ ଦେଖି ଡ଼ି.ବି.ଏସ୍ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ କେନ୍ଦ୍ର ସରକାରକୁ ସୁପାରିଶ କରିଥିଲା । ଆରବିଆଇ ଟଙ୍କା ଉଠାଣ ଉପରେ ମଧ୍ୟ କଟକଣା ଲଗାଇଥିଲେ। ଜଣେ ଗ୍ରାହକ ମାସକୁ କେବଳ ୨୫ ହଜାର ଟଙ୍କା ଉଠାଇ ପାରିବ ବୋଲି କୁହାଯାଇଥିଲା । ଏହା ପରେ ଜମା ଟଙ୍କା ଫେରି ପାଇବା ନେଇ ଗ୍ରାହକମାନଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା।



Visitors Today : 1
Total Visitors : 130185
Total Views : 9891640
Visitors Online Now : 0