spot_img

କାଳିଆର ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ୧୨ମାସର ସଂଘର୍ଷ ପରେ ଶେଷରେ ଏସସିବିରେ ବୁଧବାର ରାତି ୯ଟା ୧୦ରେ ଆଖିବୁଜିଥିଲା ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ କାଳିଆ। ଏବେ କାଳିଆର ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର ଶେଷ ହୋଇଛି। ବଳିଆର ଗାଁ ମିଲୁପଡ଼ାରେ ତାର ଅନ୍ତମ ସଂସ୍କାର କରାଯାଇଛି। ତେବେ କାଳିଆର ମୃତ୍ୟୁ ଖବର ଆସିବା ପରେ ଟୁଇଟ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟୁଇଟରେ, ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ୟ୍ୟ ଦିଅନ୍ତୁ। ଅସମୟରେ ଝଡି ପଡିଥିବା ବଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଲେଖିଛନ୍ତି ନବୀନ ପଟ୍ଟନାୟକ। ଏହା ସହ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ଲେଖିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଦୁଇ ଭାଇଙ୍କ ମଧ୍ୟରୁ ବଳିଆର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ । ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ବଳିଆର ଜୀବନ ବଞ୍ଚାଯାଇ ପାରିଲା ନାହିଁ । ଏପରି ଦୁଃଖଦ ସମୟରେ କାଳିଆର ବାପା, ମା’ ଏବଂ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଅନ୍ୟ ପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କାଳିଆର ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିବା ସହ ଜଗାର ଚିକିତ୍ସା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବେ। ଆବଶ୍ୟକ ପଡିଲେ ଜଗାର ଚିକିତ୍ସା ପାଇଁ ପ୍ରଫେସର ଅଶୋକ ମହାପାତ୍ରଙ୍କୁ ପରାମର୍ଶ ଦିଆଯିବ ବୋଲି କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular