ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଲିଥିବା ଆନ୍ଦୋଳନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମର୍ଥନ ଜଣାଇଛନ୍ତି । ସେ ଟ୍ୱିଟ କରି କୃଷକ ମାନଙ୍କର ଦାବିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କି କେନ୍ଦ୍ରସରକାର ଯେଉଁ ନୂତନ କୃଷିବିଲ ଆଣିଛନ୍ତି ତାହା କୃଷକ ବିରୋଧୀ । ଏଭଳି ବିଲ କୁ ପ୍ରତ୍ୟାହାର କରିବା ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା କୃଷକ ମାନଙ୍କ ଉପରେ ଜୁଲୁମ କରିବା ସରକାର ବନ୍ଦ କରନ୍ତୁ । ଆନ୍ଦୋଳନକୁ ଆସୁଥିବା କୃଷକ ମାନଙ୍କ ଉପରେ ପାଣିମାଡ କରିବାକୁ ସେ ଘୋର ନିନ୍ଦା କରିଛନ୍ତି । ଏହା ଏକ ଗଣାତାନ୍ତ୍ରିକ ପଦ୍ଧତିରେ ବଛା ଯାଇଥିବା ଏକ ସରକାରର କାମ ନୁହେଁ ବୋଲି ସେ କହିଛନ୍ତି । କି କଂଗ୍ରେସ ଶାସିତ ପଞ୍ଜାବରୁ ହଜାର ହଜାର କୃଷକ ଆନ୍ଦୋଳନ ପାଇଁ ଆସି ହରିଆଣା ସୀମାରେ ପହଂଚିଛନ୍ତି । ସେମାନେ ଦିଲ୍ଲୀ ଆସିବାକୁ ଚାହୁଁଥିବା ବେଳେ ସେଠି ପୋଲିସ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲା । ହେଲେ କୃଷକ ମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ଆଗକୁ ବଢୁଛନ୍ତି । ଏହି କୃଷକ ରାଲିରେ ଥିବା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କୁ ପୋଲିସ ହେପାଜତକୁ ନେଇଛି ।



Visitors Today : 0
Total Visitors : 130184
Total Views : 9891638
Visitors Online Now : 0