ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳାରୁ ନାବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାସହ କ୍ଷତିପୂରଣ ଦାବିରେ ଭବାନୀପାଟଣା-ନର୍ଲା-ରାମପୁର ରାଜ୍ୟ ରାଜପଥ ଉପରେ ଶବ ରଖି ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ଗତକାଲି ସକାଳେ କୈବଲ୍ୟ ସେନାପତିଙ୍କ ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ତାଙ୍କୁ ଇଞ୍ଜେକସନ ଦିଆଯାଇ ଘରକୁ ପଠାଇ ଦିଆଯାଇଥିଲା। ପରେ ନାବାଳକ ଜଣକ ଗୁରୁତର ହୋଇ ପଡ଼ିବାରୁ ଗତକାଲି ରାତିରେ ପୁଣି ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0