spot_img

ରାଜକନିକା ଭାରତ ବନ୍ଦର ପ୍ରଭାବ…

କେନ୍ଦ୍ରାପଡ଼ା : କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ଓ କୃଷକ ମାରଣ ନୀତି ତଥା ପାରିତ କୃଷି ବିଲକୁ ବିରୋଧ କରି ଆଜି ସର୍ବ ଭାରତୀୟ ଟ୍ରେଡ଼ ୟୁନିୟନ ଡ଼ାକରାରେ ଆଜି ଭାରତ ବନ୍ଦ ପାଳନ କରାଯାଉଛି। ଯାହାର ପ୍ରଭାବ ରାଜକନିକା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ରାଜକନିକା ଗଡ଼ଗଡି ସେତୁ ନିକଟ ବରୁଣାଡିହା ଛକ ନିକଟରେ ଟ୍ରେଡ଼ ୟୁନିୟନ,କମ୍ୟୁନିଷ୍ଟ ପାର୍ଟି ଓ କଂଗ୍ରେସ ଦଳ ରାସ୍ତାରୋକ କରିଛି। ଯାହା ଫଳରେ ଗାଡି ମଟର ଯିବା ଆସିବାରେ ବାଧାପ୍ରାପ୍ତ ହେବାର ଦେଖା ଯାଉଛି । କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବା ବିରୋଧୀ ଦଳ ମାନେ ବିଭିନ୍ନ ନାରାବାଜି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular