ବ୍ରହ୍ମପୁର : ବ୍ରହ୍ମପୁର ପୋଲିସକୁ ମିଳିଲା ବଡ ସଫଳତା । ଡକାୟତି ଗ୍ୟାଙ୍ଗ୍କୁ ଧରିଲା ବ୍ରହ୍ମପୁର ପୋଲିସ । ୫ ଜଣ ଡକାୟତଙ୍କ ସହ ୫୪୦ ଗ୍ରାମ୍ ସୁନା ଓ ୧୦୦ ଗ୍ରାମ୍ ରୂପା ଅଳଙ୍କାର ସହ ୩୦ ହଜାର ଟଙ୍କା ଜବତ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।ଡକାୟତମାନଙ୍କ ନିକଟରୁ ଗୋଟିଏ କାର୍, ତିନୋଟି ବାଇକ୍, ଗୋଟିଏ ଟିଭି, ଗୋଟିଏ ଲାପଟପ୍, ଗୋଟିଏ କ୍ୟାମେରା ଜବତ ହୋଇଛି । ଗିରଫ ଡକାୟତଙ୍କ ନାଁରେ ବିଭିନ୍ନ ଥାନାରେ ୧୫ ମାମଲା ଥିବା ପୋଲିସ ସୂଚନ ଦେଇଛି । ଗତ ୪ ବର୍ଷ ହେଲା ବିଭିନ୍ନ ସ୍ଥାନରୁ ଏମାନେ ଚୋରି କରିଥିଲେ ।



Visitors Today : 3
Total Visitors : 130184
Total Views : 9891638
Visitors Online Now : 0