ମୁମ୍ବାଇ: ଆଜିବି ଲୋକଙ୍କ ମନରୁ ଲିଭିନି ୨୬/୧୧ର ସେହି ଲୋମଟାଙ୍କୁରା ମୁହୂର୍ତ୍ତ। ଆଜକୁ ୧୨ ବର୍ଷ ତଳେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ମୁମ୍ବାଇର ଅଲଗା ଅଲଗା ସହରରେ ଭୟଙ୍କର ଗୁଳିବର୍ଷା କରିଥିଲେ। ଏହି ଆତ୍ମଘାତୀ ଆକ୍ରମଣରେ ଆତଙ୍କୀମାନେ ତାଜ ହୋଟେଲ ଉପରକୁ ଅଧିକ ଟାର୍ଗେଟ କରିଥିଲେ। ଘଣ୍ଟା ଘଣ୍ଟା ଧରି ହୋଇଥିବା ଏହି ଲୋମଟାଙ୍କୁରା ଆକ୍ରମଣରେ ଆତଙ୍କବାଦୀମାନେ ଖୋଜି ଖୋଜି ନିର୍ଦ୍ଦୋଷଙ୍କୁ ମାରିଥିଲେ। ଆଜି ମୁମ୍ବାଇ ଆକ୍ରମଣର ବାର୍ଷିକୀ ଅବସରରେ ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାବଭରା ପୋଷ୍ଟ ଲେଖିଛନ୍ତି। ଟାଟା ନିଜର ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ଶତ୍ରୁ ଉପରେ ବିଜୟ ହାସଲ ପାଇଁ ଯେଉଁମାନେ ଲଢ଼ିଛନ୍ତି, ଆମେ ସେମାନଙ୍କ ବଳିଦାନକୁ ସର୍ବଦା ମନେ ରଖିବୁ। ରତନ ଟାଟା ‘ହୋଟେଲ ତାଜ’ର ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ଆମକୁ ସବୁ ମନେ ଅଛି’। ଏହା ସହ ସେ ଆହୁରି ଲେଖିଛନ୍ତି, ଆଜକୁ ୧୨ ବର୍ଷ ତଳେ ଯେଉଁ ବିନାଶ ହୋଇଥିଲା, ତାକୁ କେବେବି ଭୁଲିହେବନି। କିନ୍ତୁ ସେହିଦିନ ଆତଙ୍କବାଦୀ ଏବଂ ବିନାଶକୁ ଧ୍ୱଂସ କରିବା ପାଇଁ ଯେଉଁଭଳି ଭାବେ ମୁମ୍ବାଇର ବାସିନ୍ଦା ସବୁ ମତଭେଦ ଭୁଲି ଏକାଠି ହୋଇଥିଲେ, ତାହା ସବୁଠାରୁ ସ୍ମରଣୀୟ। ଆମେ ଯାହାଙ୍କୁ ହରାଇଛୁ ବା ଯେଉଁମାନେ ଶତ୍ରୁ ଉପରେ ବିଜୟ ହାସଲ କରିବା ପାଇଁ ବହୁତ୍ୟାଗ କରିଛନ୍ତି, ଆଜି ଆମେ ସେମାନଙ୍କ ପାଇଁ ଶୋକ ମନାଇବା। କିନ୍ତୁ ଆମକୁ ସେହି ଏକତା, ଦୟା ଓ ସମ୍ବେଦନଶୀଳତାକୁ ପ୍ରୋତ୍ସାହନ କରିବା ସହ ତାକୁ କାଏମ ରଖିବା ଦରକାର ବୋଲି ରତନ ଟାଟା ଟୁଇଟରେ ଲେଖିଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0