spot_img

ପୁରୀ କଣାସ ବ୍ଲକରେ ଭାରତ ବନ୍ଦ ଡ଼ାକରାର ପ୍ରଭାବ

ପୁରୀ: ଆଜି ୮ ଦଫା ଦାବି ନେଇ ୧୦ଟି ଶ୍ରମିକସଙ୍ଗଠନିକ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ଯାହାର ପ୍ରଭାବ ପୁରୀ ଜିଲ୍ଲା କଣାସ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି । ତେବେ କଣାସ ବ୍ଲକ ଟ୍ରେଡ଼ ୟୁନିୟନ ଓ ଫେଡ଼େରେସନର କର୍ମିମାନେ ଏହି ଧର୍ମଘଟ ସାମିଲ ହୋଇଥିଲେ । ଏହି ଆନେ୍ଦାଳନରେ ଆଇଏନଟିୟୁସି, ଏଆଇଟିୟୁସି, ସିଆଟିୟୁ ଟ୍ରେଡ଼ ୟୁନିଅନର ସଦସ୍ୟ ମାନେ ସାମଲି ହୋଇଥିଲେ । ଶ୍ରମ ବିରୋଧି ଓ କୃଷକ ବିରୋଧୀ,ବ୍ୟାଙ୍କ, ବୀମା ଓ ରାଷ୍ଟ୍ରାୟତ ଉଦ୍ୟୋଗିକୁ ଘରୋଇ କରଣ ବନ୍ଦ କରିବା ନେଇ ଦାବି କରିଥିଲେ । ଧର୍ମଘଟ ଯୋଗୁଁ କଣାସ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବଜାରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ଜରୁରୀକାଳନୀ ସେବା ଯୋଗାଉଥିବା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular