ଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଟ୍ରାଫିକ ଛକ ନିକଟରେ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଦଶଟି ମିଳିତ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେଶନ ପକ୍ଷରୁ ସାରା ଭାରତ ରେ ସାଧାରଣ ଧର୍ମଘଟ ଆନ୍ଦୋଳନ ହୋଇଯାଇଛି। ଆଜି ସଙ୍ଘଠନ ପକ୍ଷରୁ ବଡ଼ଚଣା ଟ୍ରେଡ଼ ୟୁନିୟନ ସଭାପତି ଜଚିନ୍ଦ୍ର ଜେନା ଓ ବଡ଼ଚଣା ଟ୍ରେଡ଼ ୟୁନିୟନ ସମ୍ପାଦକ ତପନ କୁମାର ପରିଡ଼ା ଙ୍କ ସମେତ ସଙ୍ଗଠନ ର ଅନ୍ୟ କାର୍ୟ୍ୟକାର୍ତ୍ତ ମାନେ ଆନ୍ଦୋଳନ କୁ ଓଲ୍ଲାଇଥିଲେ। ଏହା ଚଣ୍ଡିଖୋଲ ଛକ ନିକଟରେ ଶାନ୍ତି ପୂର୍ଣ ଭାବେ ରାଜ ରାସ୍ତାକୁ ଉଭୟ ପାର୍ଶ୍ୱରୁ ବନ୍ଦ କରିବା ସହିତ ଆନ୍ଦୋଳନ କୁ ଏକ ପ୍ରକାର ସଫଳ କରାଇଥିଲେ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ବଡ଼ଚଣା ପୋଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ ସହ ଆନ୍ଦୋଳନ ସ୍ଥଳରେ ବଡ଼ଚଣା ଭାରପ୍ରାପ୍ତ ଅଧିକାରୀଙ୍କ ସହ ଚଣ୍ଡିଖୋଲ ମୁଖ୍ୟ ଟ୍ରାଫିକ ଅଧିକାରିଣୀ ଙ୍କ ସମେତ ଚଣ୍ଡିଖୋଲ ପୋଲିସ ଫାଣ୍ଡି ଅଧିକାରୀ ଉପସ୍ଥିତ ରହିଥିଲେ ଓ ଶାନ୍ତି ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0