spot_img

ଶାନ୍ତିପୂର୍ଣ୍ଣ ଭାବେ ସରିଲା ରାଜସୁନାଖଳାର ଭାରତ ବନ୍ଦ ଧର୍ମଘାଟ

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଠାରେ c.i.t.u.ପକ୍ଷରୁ ଆଜି ଭାରତ ବନ୍ଦ ଧର୍ମଘଟ ଦିଆଯାଇଥିଲା । ରାଜସୁନାଖଳା ବଜାରର ସମସ୍ତ ଦୋକାନକୁ ବନ୍ଦ କରିବା ସହ ୫୭ତମ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହା ଫଳରେ ସମସ୍ତ ଯାନବାହାନ ଚଳାଚଳ ଠପ ହୋଇଯାଇଥିଲା c.p.m.ର ସମସ୍ତ କର୍ମୀ ଏବଂ ଆଶା କର୍ମୀ, କୃଷକ, ଶ୍ରମିକ ସ୍ଥାନୀୟ ଗ୍ରାମବାସୀ ଏଥିରେ ସହଯୋଗଦେଇଥିଲେ । ଆଜି ସକାଳ ୮:୩୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାସମୟ ପର୍ୟ୍ୟନ୍ତ ଧର୍ମଘାଟ କରାଯାଇଥିଲା । ଭାରତବନ୍ଦ ଧର୍ମଘଟକୁ ୯ଦଫା ସମ୍ବଳିତ ଦାବି ରଖି c.i.t.u.ର ଜିଲ୍ଲା ନେତା ସୁରେଶ ଚନ୍ଦ୍ର ସ୍ୱାଇଁଙ୍କ ଆହ୍ୱାନରେ ଏହି ଭାରତ ବନ୍ଦ ଧର୍ମଘଟ ରାଜସୁନାଖଳା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷକ ନେତା ଧୁଶାସନ ଜେନା, ଯୁବ ସଂଗଠକ -ସବ୍ୟସାଚୀ ସେନାପତି, ଗୋଲଖ ରାଉତ, ଶତ୍ରୁଘନ ସାହୁ, ସମେନ୍ଦ୍ର ସାମନ୍ତରାୟ, ପ୍ରଶାନ୍ତ ସାମନ୍ତସିଂହାର, ଯାମିନୀ ରାଣୀ ବେହେରା, ମହିଳା ନେତ୍ରୀ ପୁର୍ଣିମା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ସରକାରଙ୍କ କୋଭିଡ-୧୯ ନିୟମକୁ ପାଳନକରି ଏହି କାର୍ୟ୍ୟକ୍ରମ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular