ପୁରୀ : ମୋଦି ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ବିରୁଦ୍ଧରେ ଆଜି ପୁରୀ ଜିଲ୍ଲା କଣାସ ବ୍ଲକ ମିଳିତ ଟ୍ରେଡ୍ ୟୁନିଅନ ଓ ଫେଡେରେସନ୍ର ସାଧାରଣ ଧର୍ମଘଟ ଯୋଗୁଁ କଣାସ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଣାସ ବ୍ଲକର ସ୍ଥାନୀୟ ଜଙ୍କିଆ ଛକ ଜଗନ୍ନାଥ ସଡକ ବାଲିଘାଇ ବଜାର ଠାରେ ରାଜପଥ ଉପରେ ଆଇଏନଟିୟୁସି, ଏଆଇଟିୟୁସି, ସିଆଟିୟୁ ଟ୍ରେଡ ୟୁନିଅନ ଆସୋସିଏସନ ଗୁଡିକ ଧର୍ମଘଟରେ ସାମିଲ ହୋଇଛନ୍ତି । ଶ୍ରମ ବିରୋଧି ଶ୍ରମ କୋଡ ଓ କୃଷକ ବିରୋଧୀ କୃଷକ ଆଇନକୁ ପ୍ରତ୍ୟାହର କରିବା ସହ ବ୍ୟାଙ୍କ, ବୀମା ଓ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କରଣ ବନ୍ଦ କରିବା ଭଳି ଅନ୍ୟାନ୍ୟ ଦାବି ନେଇ ଧର୍ମଘଟକୁ ଓହ୍ଳାଇଛନ୍ତି ମିଳିତ ଟ୍ରେଡ ୟୁନିଅନ୍ । ଧର୍ମଘଟ ଯୋଗୁଁ କଣାସ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ସହ ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ବଜାରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ଅପରପକ୍ଷେ ମିଳିତ ଟ୍ରେଡ ୟୁନିଅନର ସଦସ୍ୟମାନେ ପେଟ୍ରୋଲିଂ କରି ଖୋଲିଥିବା ଛୋଟ ଛୋଟ ଦୋକାନଗୁଡିକ ଓ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟଗୁଡିକ ବନ୍ଦ କରିଛନ୍ତି । ଜରୁରୀକାଳନୀ ସେବା ଯୋଗାଉଥିବା ଆମ୍ବୁଲାନ୍ସ ଚଳାଚଳକୁ ବାଦ ଦେଲେ ଅନ୍ୟ ସମସ୍ତ ଗାଡି ଚଳାଚଳକୁ ବନ୍ଦ କରାଯାଇଛି । ମିଳିତ ଟ୍ରେଡ ୟୁନିଅନର ଆହ୍ୱାନ କ୍ରମେ ବ୍ଲକରେ ସମସ୍ତ ଯାନବାହନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ କଣାସ ବ୍ଲକର ଜନ ସାଧାରଣ ଏହାକୁ ସମର୍ଥନ କରୁଥିବା ଜଣାପଡିଛି। କ୍ରମେ ବ୍ଲକରେ ସମସ୍ତ ଯାନବାହନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ କଣାସ ବ୍ଲକର ଜନ ସାଧାରଣ ଏହାକୁ ସମର୍ଥନ କରୁଥିବା ଜଣାପଡିଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0