ବାଲିପାଟଣା : ପୁଣି ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ। ମୁଣ୍ଡରେ ବନ୍ଧୁକ ରଖି ଲୁଟି ନେଲେ ୧୨ ହଜାର ୭ ଶହ ଟଙ୍କା । ବାଲିପାଟଣା ଥାନା ଫକିରପଡା ଗ୍ରାମରେ ଏଭଳି ଘଟଣା ଘଟିଛି | ଉଜ୍ଜୀବନ ଫାଇନାନ୍ସ ର କର୍ମଚାରୀ ବାଲିପାଟଣା ଥାନା ସାହାଣୀସହି ଗ୍ରାମରୁ ଋଣ ଟଙ୍କା ସଂଗ୍ରହ କରି ଫେରୁଥିଲେ। ପଙ୍କିରପଡା ଗ୍ରାମ ରାସ୍ତାର ୨ ଜଣ ଲୁଟେରା ଏକ କଳା ପଲସରରେ ଆସି ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍ କରିଥଲେ।
ମିଳିଥିବା ସୂଚନା ଅନୁସାରେ କର୍ମଚାରୀ ବିଜୟ କୁମାର ବେହେରାଙ୍କୁ ଅଟକାଇବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ। ପରେ ବିଜୟଙ୍କ ଠାରୁ ଟଙ୍କା ବ୍ୟାଗ୍ ଏବଂ ଗାଡି ଚାବି ନେଇ ଫେରାର୍ ହୋଇଯାଇଥିଲେ ୨ ଜଣ ଦୁର୍ବୃତ୍ତ। ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ବାରମ୍ବାର ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ କରି ଲୁଟ୍ କରୁଛନ୍ତି ଲୁଟେରା ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0