ବ୍ୟୁରୋ ରିପୋର୍ଟ: ପରଲୋକରେ ବିଶିଷ୍ଟ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଆର୍ଜେଂଟିନାର ଏହି ପ୍ରସିଦ୍ଧ ଫୁଟବଲର ନିଜ ସମୟରେ ବିଶ୍ୱ ପ୍ରସିଦ୍ଧ ଥିଲେ । ୧୯୮୬ ମସିହାରେ ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ବିଶ୍ୱକପ୍ ବିଜୟୀ ହୋଇଥିଲା । କ୍ଲବ ସ୍ତରୀୟ ଫୁଟବଲରେ ମଧ୍ୟ ସେ ବେଶ ନାଁ କରିଥିଲେ । ଆର୍ଜେଣ୍ଟିନା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ମାତ୍ର ଗତକାଲି ହୃଦଘାତରେ ତାଙ୍କର ପରଲୋକ ଘଟିଛି । ମାରାଡୋନା ତାଙ୍କ ଖେଳ ପାଇଁ ଯେତିକି ପ୍ରସିଦ୍ଧ ଥିଲେ, ପଡିଆ ବାହାରେ ସେତିକି ବିବାଦୀୟ ଥିଲେ । ସେ ଡ୍ରଗ୍ସ ଓ ମଦ୍ୟପାନ ପାଇଁ ବିବାଦୀୟ ଥିଲେ । ମାତ୍ର ତାଙ୍କ ଖେଳ ପାଇଁ ଏବେ ବି ସେ ସ୍ମରଣୀୟ ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0