ଆନନ୍ଦପୁର: ପୁଣି ଗୋଡ଼ଭଙ୍ଗା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗ୍ୟାସ ବୋଝେଇ ଅଟୋ ସହ ହାଇୱା ମୁହାଁ ମୁହିଁ ଧକ୍କା ଏଥିରେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଆନନ୍ଦପୁର ଓ ମୟୂରଭଞ୍ଜ ଯିବା ୫୩ନଂ ରାସ୍ତାରେ ପ୍ରତିଦିନି ଏଭଳି କିଛି ନା କିଛି ଦୁର୍ଘଟଣା ଘଟୁଛି ଗୋଡ଼ଭଙ୍ଗା ଘାଟିରେ । ଗତକାଲି ଏକ ଗହମ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିବା ବେଳେ । ଆଜି ପୁଣି ଏକ ଗ୍ୟାସ ବୋଝେଇ ଅଟୋ କୁ ଗୋଟିଏ ହାଇୱା ଟ୍ରକ ଧକ୍କା ଦେଇ ରାସ୍ତା ତଳକୁ ଖସି ଯାଇଛି ହାଇୱା ଗାଡିର ଡ୍ରାଇଭର କୌଣସି କ୍ଷତି ହୋଇନଥିବା ବେଳେ ଅଟୋ ଗାଡି ଡ୍ରାଇଭରର ଅବସ୍ଥା ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଆନନ୍ଦପୁର ମେଡିକାଲକୁ ନେଇ ଚିକିତ୍ସିତ କରିଥିବା ଜଣା ପଡ଼ିଛି । ହାଇୱା ଗାଡିଟି ଟାଟା ରୁ ଭୁବନେଶ୍ୱର ଯାଉଥିବା ବେଳେ ଘାଟିରେ ଦୁର୍ଘଟଣା ହୋଇଥିଲା । ତେବେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅଟୋ ଡ୍ରାଇଭର କୁ ଉଦ୍ଧାର କରିବା ସହ ଦୁଇଟି ଗାଡି ଜବଦ କରି ଅଧିକ ତଦନ୍ତ କରୁଛି ।।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0