spot_img

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ହେବା ଜରୁରୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନକୁ ପୂରିଲା ୭୧ ବର୍ଷ । ଏନେଇ ଦେଶବାସୀଙ୍କ ଉଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ୍ଗୋଟିଏ ଦେଶ ଗୋଟିଏ ନିର୍ବାଚନ ହେବା ଜରୁରୀ । ଏହା ଦ୍ୱାରା ସମୟ ଓ ଅର୍ଥ ଏକା ସାଙ୍ଗରେ ଅପଚୟ ରୋକାଯାଇ ପାରିବ । ଏହି ପ୍ରସଙ୍ଗରେ ବିସ୍ତ୍ରୁତ ଆଲୋଚନାର ଆବଶ୍ୟକତା ରହିଛି । ଦେଶର ସମ୍ବିଧାନକୁ ଜନସାଧାରଣ ଜାଣିବା ଓ ବୁଝିବାର ଅଧିକାର ରହିଛି । ଏହା ସହ ସେ ‘ନୋ ୟୋର କନଷ୍ଟିଚ୍ୟୁଶନ’ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପଟେ ସମ୍ବିଧାନର ସୁରକ୍ଷା ପାଇଁ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ବର୍ଣ୍ଣନା କରିଥିଲେ । ୍କଥାରେ କଥାରେ ମଧ୍ୟ ସେ କଂଗ୍ରେସକୁ ନିଶାନା କରିଛନ୍ତି । କହିଛନ୍ତି ୭୦ ଦଶକରେ ସମ୍ବିଧାନ ଭାଙ୍ଗିବାକୁ ପ୍ରୟାସ କରିବାର ଦଣ୍ଡ ଏବେ କିଛି ଭୋଗୁଛନ୍ତି । ଏବେ ଦେଶକୁ ସମ୍ପଣ୍ଣôର୍ ଡିଜିଟାଲାଇଜେସନ କରାଯାଇଛି । ସମସ୍ତଙ୍କର ସହଯୋଗ ରହିଲେ ଦେଶ ଆଗକୁ ଯିବ । ମୁମ୍ବାଇ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ୧୨ ବର୍ଷ ତଳେ ଅର୍ଥାତ ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ହେଲେ ଏବେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ନୂଆ ଋଣନୀତି ଗ୍ରହଣ କରାଯାଇଛି । ପ୍ରତିଟି ଆହ୍ୱାନର ମୁକାବିଲା କରିବାକୁ ସରକାର ସେନା ହାତରେ କ୍ଷମତା ଦେଇଛନ୍ତି ଓ ସେମାନେ ପ୍ରସ୍ତୁତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular