ଖୋର୍ଦ୍ଧା : ମୃତ ବ୍ୟକ୍ତିଙ୍କୁ ଅବିବାହିତ ଦର୍ଶାଇ ଜମି ବିକ୍ରି କରାଯାଇଛି କ୍ଷ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ଗ୍ରାମରୁ l ଭିଙ୍ଗାରପୁର ଗ୍ରାମର ବାମଦେବ ଦାଶଙ୍କୁ ଅବିବାହିତ ମୃତ ଦର୍ଶାଇ ଛନ୍ତି ଭିଙ୍ଗାରପୁର ରାଜସ୍ବ ନିରିକ୍ଷକ ଯୋଗେଶ ଚନ୍ଦ୍ର ନାୟକ l ମାତ୍ର ବାମଦେବ ଦାଶ ବିବାହିତ ଏବଂ ସେ ବାଲିପାଟଣା ବ୍ଲକ ସୋମଣକ୍ଷଶାସନ ଗ୍ରାମରେ ଥିବା ଶ୍ୱଶୁରଘରେ ରହୁଥିଲେ l ବାମଦେବଙ୍କର ୨ ଜଣ ପୁତ୍ର ଓ ୨ ଜଣ ଝିଅ ଅଛନ୍ତି l ବର୍ତମାନ ଜଣେ ପୁଅ ଏବଂ ଜଣେ ଝିଅ ଜୀବିତ ଅଛନ୍ତି l ଏକ ଇଜିମାଇଲ ଜମି ମୌଜା – ଜିତିକର, ସୁଆଁଲୋ, ଖାତା ନମ୍ବର – ୩୩୭, ପ୍ଲଟ ନମ୍ବର – ୨୩୨, ଏରିଆ – ୧୨ ଡେସିମିଲ, ଜାଗାର ମାଲିକ ହେଉଛନ୍ତି ବିଦ୍ୟାଧର ଦାଶ, ଉଦୟନାଥ ଦାଶ ଏବଂ ବାମଦେବ ଦାଶ l ମାତ୍ର ବାମଦେବ ଦାଶଙ୍କୁ ଅବିବାହିତ ମୃତ ଦର୍ଶାଯାଇ ଏହି ୧୨ ଡେସିମିଲ ଜମିକୁ ବିକ୍ରି କରିଦିଆଯାଇଛି l ଯାହାର ଅଂଶୀଦାର ବାମଦେବ ଦାଶଙ୍କର ୪ ଜଣ ସନ୍ତାନଙ୍କର ଅଛି l କିଭଳି ଜଣେ ରାଜସ୍ୱ ନିରୀକ୍ଷକ ଏଭଳି ଦାୟିତ୍ୱହୀନ ଭାବେ ତଦନ୍ତ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି l ମାତ୍ର ରାଜସ୍ବ ନିରୀକ୍ଷକ କହୁଛନ୍ତି ସେ ଠିକ ତଦନ୍ତ କରିଛନ୍ତି ଏବଂ ରିପୋର୍ଟ ଠିକ ଦେଇଛନ୍ତି l ଏନେଇ ବାମଦେବଙ୍କ ପୁତ୍ର ରବୀନ୍ଦ୍ରନାଥ ଦାଶ ବାଲିଅନ୍ତା ତହସିଲଦାର, ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି l



Visitors Today : 3
Total Visitors : 130184
Total Views : 9891636
Visitors Online Now : 0