କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଯୋଗାଇଦେଉଥିବା ବେଳେ କେତେକ ସ୍ଥାନରେ କିଛି ସରପଞ୍ଚ ମାନେ ଏହାର ବେତିକ୍ରମ କରୁଥିବାରୁ ଆଜି କେନ୍ଦୁଝର ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି କମଳିନୀ ପାତ୍ର ଏବଂ ଏକ୍ସଜୁଟି ଇଂଜିନିୟର ତଥା ନିର୍ବାହି ଯନ୍ତ୍ରୀ ମାନସ ରଞ୍ଜନ ଦାସ ,ଡିଆରର୍ଡିଏ ଜୁନିଅର ଇଂଜିନିୟର ବିଭୁତି କୁମାର ବିଶ୍ୱାଳ ,ଜେଇ ସହରାଇ ମିଞ୍ଜ,ଏବଂ ଆନନ୍ଦପୁର ବିଡ଼ିଓ ପଞ୍ଚାନନ ମଲ୍ଲିକ ଏବଂ ୩ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ପ୍ରଭାକର ସାହୁ ପ୍ରମୁଖ ସମସ୍ତ କାଯ୍ୟକ୍ରମ ପରିଦର୍ଶନ କରିଥିଲେ । ପ୍ରଥମେ ବାଇଲୋ ପଞ୍ଚାୟତ ଏବଂ ପରେ ବେଲବାହାଳି ପଞ୍ଚାୟତର ନୂତନ ତିଆରି ହେଉଥିବା ପଞ୍ଚାୟତଘର ଓ ମା ମଙ୍ଗଳ ବାଳିକା ବିଦ୍ୟାଳୟର ପାଚେରୀ ନିର୍ମାଣ ଏବଂ କିମିରାସାଇର ଖେଳ ପଡିଆ ଏବଂ ରାସ୍ତାଘାଟ ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହାର ସଠିକ୍ କାଯ୍ୟ କିପରି ହେଉଛି ବୁଝାବୁଝି କରିବା ସହିତ ହରିଡାପାଳ ପଞ୍ଚାୟତରେ ହୋଇଥିବା ସମସ୍ତ କାମ ମଧ୍ୟ ବୁଲି ପରିଦର୍ଶନ କରିଥିଲେ । ଏଥିରେ ଯେଉଁ କାମ ନହେଇଛି ସେ କାମ ଯଥାଶୀଘ୍ର କରାଯିବ ବୋଲି ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପାତ୍ର କହିଥିଲେ । ଏଥିରେ ତିନୋଟି ପଞ୍ଚାୟତର ପିଇଓ ଙ୍କ ସହ ବେଲବାହାଳି ସରପଞ୍ଚ ସୁକାନ୍ତି ସାହୁ ,ହରିଡାପାଳ ସରପଞ୍ଚ ବିଜୟ କୁମାର ଦଳେଇ ଏବଂ ବାଇଲୋ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଉନ୍ନତି ମୂଳକ କାର୍ୟ୍ୟ ଏବଂ ନ ହୋଇଥିବା ସ୍ଥାନ ଗୁଡିକ ବୁଲାଇ ଦେଖାଇଥିଲେ ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0