spot_img

ଆଜି ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ:  ଆଜି ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଶୁଭ ମୂହୁର୍ତ୍ତରେ ପୂଜାପାଠ କରାଯାଇ ଶ୍ରୀମନ୍ଦିରକୁ ବିଜେ କରିବ ମହାପ୍ରଭୁଙ୍କ ପାଇଁ ତିଆରି ହୋଇଥିବା ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ହେଉଥିବା ଏହି ବେଶକୁ କିନ୍ତୁ କରୋନା କଟକଣା କାରଣରୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ । ଏଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ଧାରା ଜାରି କରିଛି ଜିଲା ପ୍ରଶାସନ । ବଡ଼ଦାଣ୍ଡର ମରୀଚିକୋଟ୍ ଛକରୁ ସିଂହଦ୍ବାର ଏବଂ ମନ୍ଦିର ଚତୁଃପାର୍ଶ୍ବରେ ୧୪୪ଧାରା ଜାରି କରାଯାଇଛି । ରାତି ୨ଟାରୁ ଏହି କଟକଣା ବଳବତ୍ତର ରହିବ । ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଭିଡ଼ିଓ ରେକର୍ଡିଂ ଏବଂ ଫଟୋ ଉତ୍ତୋଳନ ଉପରେ ନିଷେଧାଦେଶ ଜାରି କରିଛି ମନ୍ଦିର ପ୍ରଶାସନ। ସୁରକ୍ଷା ବ୍ୟବସ୍ଥା ପାଇଁ ୨୫ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜନ କରାଯାଇଥିବା ଏସ୍ପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି । ୨ଜଣ ଅତିରିକ୍ତ ଏସ୍ପିଙ୍କ ସମେତ ୭ ଡିଏସ୍ପି, ୧୯ ଇନ୍ସପେକ୍ଟର, ୭୭ ଏଏସ୍ଆଇ, ୨୫୦ ଗୃହରକ୍ଷୀଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular