ଭୁବନେଶ୍ୱର: ଆଜି ବିଧାନସଭାରେ ପୁଣି ପରୀ ମୃତ୍ୟୁ କୁ ନେଇ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗତ ତିନି ଦିନ ହେଲା ବିଧାନସଭାକୁ ଅଚଳ କରି ରଖିଛି ନୟାଗଡର ୫ ବର୍ଷର ଶିଶୁ ପରୀ ମୃତ୍ୟୁ ଘଟଣା । ଆଜି ଗୃହ ଆରମ୍ଭ ହେବା ପରେ ପୁଣି ହୋହାଲ୍ଲା କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ । ବିଧାନସଭା ଗୃହରେ ପୋଷ୍ଟର ବ୍ୟାନର ଦେଖାଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଘଟଣାରେ ବିରୋଧୀ ବିଧାୟକ ଏସଆଇଟି ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ପରେ ଏସଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ବାଧ୍ୟ ହୋଇ ବାଚସ୍ପତ୍ତି ବିଧାନସଭାକୁ ସାଢେ ୧୧ ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ବିଜେପି ଆଜି ରାଜ୍ୟର ବିିଭିନ୍ନ ସ୍ଥାନରେ ପରୀ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ସାରା ରାଜ୍ୟରେ ବିଜେପି ପକ୍ଷରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବିଧାନସଭା ଅଭିମୁଖେ ବାହାରିଛି । ସେହିପରି ଭୁବନେଶ୍ୱର ଲୋୟର ପିଏମଜିରେ ଯୁବ କଂଗ୍ରେସ ପକ୍ଷରୁ ଆନେ୍ଦାଳନ ଜାରି । ଏହି ଘଟଣାକୁ ନେଇ ଦିନ ୩ଟା ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତ୍ତି ।
ପୁଣି ପରୀ ମୃତ୍ୟୁକୁ ନେଇ ବିଧାନସଭାରେ ହଟ୍ଟଗୋଳ



Visitors Today : 3
Total Visitors : 130184
Total Views : 9891638
Visitors Online Now : 0