ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଜାରି ରହିଛି କରୋନା ଆତଙ୍କ । ଦିନକୁ ଦିନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି l ବିଶ୍ୱସ୍ତରରେ ମୋଟ କରୋନା ରୋଗୀ ସଂଖ୍ୟା ୬.୦୮ କୋଟି ଅତିକ୍ରମ କରିଛି । ସେଥିମଧ୍ୟରୁ ୧୪,୨୯,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ଶୁକ୍ରବାର ଦିନ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରିଛି ।
ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ପକ୍ଷରୁ ଏହି ସୁଚନା ପ୍ରଦାନ କରାଯାଇଛି । ଶୁକ୍ରବାର ସକାଳ ସୁଦ୍ଧା ବିଶ୍ୱରେ ୬,୦୮,୬୦,୧୬୯ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇସାରିଲେଣି ଏବଂ ୧୪,୨୯,୭୩୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । CSSE ଅନୁଯାୟୀ ଆମେରିକା ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶ। ସେଠାରେ ୧,୨୮,୭୯,୮୬୧ ସଂକ୍ରମିତ ରୋଗୀ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବାବେଳେ ୨,୬୩,୪୧୩ ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଘଟି ସାରିଲାଣି । କୋଭିଡ -୧୯ ମାମଲାରେ ଭାରତ ୯୨,୬୬,୭୦୫ ମାମଲାରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୧,୩୫,୨୨୩ କୁ ବୃଦ୍ଧି ପାଇଛି। CSSE ତଥ୍ୟ ଅନୁଯାୟୀ ଏକ ମିଲିୟନରୁ ଅଧିକ ମାମଲା ଥିବା ଅନ୍ୟ ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଫ୍ରାନ୍ସ , ଋଷ, ସ୍ପେନ୍, ଇଟାଲୀ, ଆର୍ଜେଣ୍ଟିନା ,କଲମ୍ବିଆ , ମେକ୍ସିକୋ, ଏବଂ ଜର୍ମାନୀ l କୋଭିଡ -୧୯ ରେ ମୃତ୍ୟୁ ସଂଖ୍ୟାରେ ବ୍ରାଜିଲ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି l



Visitors Today : 0
Total Visitors : 130175
Total Views : 9891622
Visitors Online Now : 0