spot_img

ରାଜ୍ୟରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୯ ସହର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ଶୀତ। ଆଜି ପ୍ରବଳ ଶୀତ ଅନୁଭୂତ ହୋଇଛି । ଶୀତ ସହ ବାତ୍ୟା ‘ନିଭାର’ ର ପ୍ରଭାବରେ ଅନେକ ସ୍ଥାନରେ ମେଘୁଆ ପାଗ ଯୋଗୁଁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଶୀତରେ ରାଜ୍ୟର ୯ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ରେକର୍ଡ ହୋଇଛି । ରାତ୍ରି ସମୟରେ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସିଛି । ସୋନପୁର ୧୨.୬ ଡିଗ୍ରୀ, ଫୁଲବାଣୀ ଓ ଅନୁଗୁଳ ୧୪.୦ ଡିଗ୍ରୀ, ବଲାଙ୍ଗୀର ୧୪.୫ଡିଗ୍ରୀ, ତାଳଚେର ୧୪.୩ ଡିଗ୍ରୀ, ଝାରସୁଗୁଡ଼ାରେ ୧୪.୪ ଡିଗ୍ରୀ ଓ ବାରିପଦା ୧୪.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିବା ଜଣାପଡ଼ିଛି । ବାତ୍ୟା ‘ନିଭାର’ର ସିଧା ପ୍ରଭାବ ଓଡ଼ିଶା ଉପରେ ଏତେ ମାତ୍ରାରେ ପଡ଼ିନଥିଲେ ମଧ୍ୟ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସବୁଆଡ଼େ ପାଗ ମେଘୁଆ ରହିଛି । ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଅଂଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଫଳରେ ରାତ୍ରି ତାପମାତ୍ରା ଆସନ୍ତା ୨୪ ଘଣ୍ଟାରେ ୧ରୁ ୨ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular