ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୫୨ଜଣ କରୋନା ପଜିଟିଭ୍ ଥିବା ଚିହ୍ନଟ ହୋଇଛି। ପଜିଟିଭ୍ ୩୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮ଟି ସ୍ଥାନୀୟ ମାମଲା ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
କରୋନା ଚିହ୍ନଟ ହୋଇଥିବା ୧୮ଟି ସ୍ଥାନୀୟ ମାମଲା ମଧ୍ୟରୁ ନୟାପଲ୍ଲୀ ବ୍ରିଟ୍ କଲୋନିରୁ ଜଣେ ମହିଳା, ରସୁଲଗଡ଼ ଜିଜିପି କଲୋନିରୁ ଜଣେ ମହିଳା, ଅଶୋକ ନଗର ଅଞ୍ଚଳରୁ ଜଣେ ପୁରୁଷ, ହଳଦୀପଡ଼ା ବସ୍ତି ଅଞ୍ଚଳରୁ ଜଣେ ପୁରୁଷ, ଡୁମଡୁମା ଫେଜ-୩ ଅଞ୍ଚଳରୁ ଜଣେ ମହିଳା, ୟୁନିଟ-୮ ଡେଲଟା ସ୍କୋୟାର ଅଞ୍ଚଳରୁ ଜଣେ ପୁରୁଷ, ଜାଗମରା ମନାପୁରମ୍ ଫାଇନାନ୍ସ ଅଞ୍ଚଳରୁ ଜଣେ ମହିଳା, ଘାଟିକିଆ ଅଞ୍ଚଳରୁ ଜଣେ ମହିଳା, ଘରୋଇ ହସ୍ପିଟାଲରୁ ଜଣେ ଛାତ୍ରୀ, ଆଇଆରସି ଭିଲେଜ ଏନ୍-୫ ଅଞ୍ଚଳରୁ ଜଣେ ମହିଳା, ଚନ୍ଦ୍ରଶେଖରପୁର ଗାୟତ୍ରୀ ବିହାର ଅଞ୍ଚଳରୁ ଜଣେ ମହିଳା, ରବି ଟକିଜ ଅଞ୍ଚଳରୁ ଜଣେ ପୁରୁଷ, ବଡ଼ଗଡ଼ ବ୍ରିଟ୍ କଲୋନିରୁ ଜଣେ ପୁରୁଷ, ଶୈଳଶ୍ରୀ ବିହାର ବଜରଙ୍ଗ ନଗର ଅଞ୍ଚଳରୁ ଜଣେ ପୁରୁଷ, ସାମନ୍ତରାପୁର ପୋଷ୍ଟ ଅଫିସ୍ ଅଞ୍ଚଳରୁ ଜଣେ ପୁରୁଷ ଓ ଚିନ୍ତାମଣିଶ୍ୱର ଲୋନ୍-୮ ଅଞ୍ଚଳରୁ ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 19th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/G3KQTElIWI— BMC (@bmcbbsr) July 19, 2020
ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀ ଭୁବନେଶ୍ୱରରେ ଏଯାବତ ୧୧୮୨ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୫୨୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଏବେ ବି ୬୪୬ଟି ସକ୍ରିୟ ମାମଲା ରହିଛି। କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0