ଐତିହାସିକ ବୁଦ୍ଧ ମୂର୍ତ୍ତି ଭାଙ୍ଗିବା ଘଟଣାର ଏଫଆଇଆର ଦର୍ଜ ହେବା ସହ ୪ଜଣ ସନ୍ଦିଗ୍ଧଙ୍କୁ ଗିରଫ କଲା ସ୍ଥାନୀୟ ପୋଲିସ୍ । କିଛି ଲୋକ ହାତୁଡି ସାହାର୍ଯ୍ୟରେ ପୁରାତନ ବୁଦ୍ଧ ମୂର୍ତ୍ତିକୁ ଭାଙ୍ଗିବା ଭିଡିଓ ଶନିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୁରାତନତା କାନୁନ ଆଧାରରେ ସ୍ଥାନୀୟ ପୋଲିସ୍ ୪ ଅପରାଧିଙ୍କୁ ଗିରଫ କରିଥିବା ଟ୍ୟୁରିଜିମ୍ ବିଭାଗର ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ କଂକ୍ରାଟର କମର ଜମନ, ଠିକାଦାର ଅମଜଦ, ଅଲୀମ ଏବଂ ସଲୀମକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ମୂର୍ତ୍ତିର କିଛି ଭଗ୍ନାବଶେଷ ଜବତ କରିଛନ୍ତି । ପୋଲିସ୍ ଅଧିକାରୀ ଜହିଦୁଲ୍ଲାହ ସୂଚନା ମୁତାବକ ମର୍ଦନ ଜିଲ୍ଲାରେ ପାଣି ଲାଇନର କଷ୍ଟ୍ରକ୍ସନ୍ କାମ ଚାଲିଥିବା ବେଳେ ମାଟିତଳୁ ଏକ ପୁରାତନ ଐତିହାସିକ ବୁଦ୍ଧ ମୁର୍ତ୍ତି ମିଳିଥିଲା । ମୌଲବିମାନେ ଏହାକୁ ଇସଲାମିକ ବିରୋଧୀ କହି ଭାଙ୍ଗିବାକୁ ନିଦେ୍ର୍ଦଶ ଦେଇଥିଲେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0