ଭୁବନେଶ୍ୱର: ମୋ ପୁଅର ମାସିକ ଦରମା କୋଟିଏ । ତା’ର ଦରମା କୋଟିଏ ବୋଲି ଆଜି ପ୍ରତିକ୍ରିୟା ଦେଇଛନ୍ତି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟ ପାଠକ । ଆୟବହିର୍ଭୁତ ସଂପତ୍ତି ଅଭିଯୋଗରେ ଘରେ ରେଡ ହେବା ପରେ ବାପା, ପୁଅଙ୍କୁ ଜେରା କରିଛି ଭିଜିଲାନ୍ସ । ବହୁ ବେନାମୀ ସଂପତ୍ତି ସହ ଅନୈତିକ କାର୍ୟ୍ୟର ଖୋଳତାଡ କରାଯାଉଛି । ପାଠକଙ୍କର ପ୍ରାୟ ୯ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ସୂଚନା ମିଳିଛି । ତେବେ କିଛି ଠକେଇ ହୋଇନି । ସବୁ ଯଥାର୍ଥ ଅଛି । ପୁଅ ମୋ ଟଙ୍କାରେ ଅୟସ କରୁନଥିଲା ବରଂ ତା’ର ମାସିକ ଦରମା କୋଟିଏ ଟଙ୍କା । ବନବିଭାଗରେ ଥାଇ ମୁଁ ଅର୍ଥ ହଡ଼ପ କରିନାହିଁ । ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକ ଏଭଳି ମନ୍ତବ୍ୟ ଦେଇଛନ୍ତି । ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ ଅଭୟ ପାଠଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭୟଙ୍କ ସହ ତାଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ଯିବାବେଳେ ଅଭୟ ପାଠ କଦିଛନ୍ତି , ପୁଅ ମୋ ଟଙ୍କାରେ ଅୟସ କରୁନଥିଲା ବରଂ ତା’ର ମାସିକ ଦରମା କୋଟିଏ ଟଙ୍କା । ଭିଜିଲାନ୍ସର ୧୫୦ ଜଣ କର୍ମଚାରୀ ଅଭୟକାନ୍ତ ପାଠକଙ୍କ ସଂପତି ଯାଞ୍ଚରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ୧୩ଟି ସ୍ଥାନରେ ରେଡ୍ କରାଯାଇଛି । ସରକାରୀ ବାସଭବନ, କାର୍ୟ୍ୟାଳୟ, ଭୁବନେଶ୍ୱରସ୍ଥିତ ଫ୍ଲାଟ, ବିହାରରେ ଥିବା ପୈତୃକ ଗାଁର ଘର, ୱାଟର ଆପାର୍ଟମେଣ୍ଟରେ ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ, ପୁଣେରେ ଆପାର୍ଟମେଣ୍ଟ, କାର୍ୟ୍ୟାଳୟ, ଫାର୍ମ ହାଉସ୍, ପୁଣେର ସମତା କଲୋନୀରେ ପୁତ୍ରଙ୍କ ପରିଚାଳକଙ୍କ ବାସଭବନ, ମୁମ୍ବାଇର ଜୁହୁ ଏବଂ ମୁଲୁଣ୍ଡରେ ତାଙ୍କ ପୁଅର ସହଯୋଗୀଙ୍କ ଘର, ରେଷ୍ଟୁରାଣ୍ଟରେ ରେଡ୍ ହୋଇଛି । ଏହା ବ୍ୟତୀତ ଭୁବନେଶ୍ୱର, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଥିଲା । ମହାରାଷ୍ଟ୍ରର ପୁଣେ ଏବଂ ରାଜସ୍ଥାନର ଉଦୟପୁରରେ ମଧ୍ୟ ଯାଞ୍ଚ ଚାଲିଥିଲା ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0